ସ୍ନେହ କଷ୍ଟ ଯାତନା ପ୍ରକୃତି ର ବିଡ଼ମ୍ବନା
ନିଦାଘ ଜୀବନ ପଥେ ଲୋତକର ମୁର୍ଛନା
ଅବାଞ୍ଛିତ ପ୍ରେମ ପ୍ରଣୟର ଉଷ୍ମତା ରେ
ସମୟ କୁହେ ନା ନା
ତୁ ଫେରି ଯାଆନା —-(୧)
ସମ୍ପର୍କର ଅଭିସାରେ ମନ ହୁଏ ବିମନା
ଅଭିମାନ ଅନ୍ତରାଳେ କରିଚାଲେ ଆନମନା
କ୍ଷୁଧାୟିତ ସ୍ନେହ ପିପାସାର ଅରଣ୍ୟରେ
ଝରଣା କୁହେ ନା ନା
ତୁ ଫେରି ଯାଆନା —-(୨)
ହୃଦୟ କଲ୍ଲୋଳ ରେ ବିଭକ୍ତ କାମନା
ଅବୟବ ମସ୍ତିଷ୍କ ରେ ଅନ୍ତର୍ଦ୍ୱନ୍ଦ ବାସ୍ନା
ଉଚ୍ଛ୍ୱାସିତ ମନ ଯୋଚ୍ଛନାର କନ୍ଦରରେ
ଚନ୍ଦ୍ରମା କୁହେ ନା ନା
ତୁ ଫେରି ଯାଆନା —-(୩)