କବିତା ର କବି ଗଳ୍ପର ଗାଳ୍ପିକ,
ଅବା କେଉଁ ପ୍ରବନ୍ଧର ଲେଖକ,
ସେମିତିରେ କିଛି ଲେଖନ୍ତି ନାହିଁ;
ପ୍ରତି ରଚନାରେ ଭରି ରହିଥାଏ,
କିଛିଟା ମୂହୁର୍ତ୍ତ ନିଜ ଜୀବନର,
ଯାହା କେବେ କେହି ଦେଖନ୍ତି ନାହିଁ।
ସଭିଏଁ ପଢ଼ନ୍ତି ନା ନା ଭଙ୍ଗି କରି,
କେହି କରେ ଆବୃତ୍ତି,
କେହି ପଢ଼େ ବ୍ୟଙ୍ଗ କରି,
ଅନୁବାଦ କିନ୍ତୁ କରି ଚାଲିଥାନ୍ତି,
ନିଜ ଅନୁସାରେ ନିଜ ଦୃଷ୍ଟିଭଙ୍ଗିରେ;
କେହି କେହି ଭାବନ୍ତି ଆଉ କଥା ବି ହୁଅନ୍ତି,
ଇଏ କୋଉ କବି କୋଉ ପ୍ରକାର,
ନା ପଦ ସହ ପଦ ମିଳୁଛି ନା ତାଳ ଲୟ ଭାବି;
କଣ କିଛି ଧାଡ଼ି ଲେଖିଦେଇ କହୁଛି ନିଜକୁ କବି !
ସୁପ୍ତ ରହିଯାଏ କବି ର ଭାବନା ନିଜ ରଚନାରେ।
ଥରେ ଭାବି ଦେଖ କବି ଭାବନାରେ,
କେତେ ନିଗୃଢ ସେ କବି,
ମନ କଥାଟିକୁ କହିପାରେନା ବୋଲି,
ନିଜ ହୃଦୟ ଦେଇଛି ରଖି,
ମନରେ ତାହାର କେତେଯେ ଯନ୍ତ୍ରଣା,
ହୃଦୟ ତାହାର ଅଶ୍ରୁ ରେ ବିଦୃତ,
ହେଲେ ଓଦା କରିନି କେବେ ସେ ଆଖି,
ଲୁହକୁ ସଜେଇ କବିତା ର କାଳୀ,
ନିଜ ବେଦନା ଥାଏ ସେ ଲେଖି।