ବାଉତୀ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରକାଶିତ ହେବାକୁ ଥିବା ସ୍ମରଣିକା ନିମନ୍ତେ ସ୍ଥିରୀକୃତ ବିଷୟବସ୍ତୁ ଏବଂ ମାନଦଣ୍ଡ
Date: 20.09.2024 Ref No: GJC/09/01 |
ସୂଚନା
ଏତଦ୍ୱାରା ବାଉତି ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ନୂତନ ଏବଂ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଏକଡାଳ ଗ୍ରାମର ସମସ୍ତ ଅଧିବାସୀ, ବିଚାରକ ଏବଂ ବୁଦ୍ଧିଜୀବୀ ମାନଙ୍କୁ ଅବଗତ କରାଯାଉଅଛି ଯେ, ଆସନ୍ତା ବର୍ଷ (୨୦୨୫) ଆମ୍ଭ ବିଦ୍ୟାଳୟ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏହି ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ପ୍ରକାଶିତ ହେବାକୁ ଥିବା ପତ୍ରିକା “ସ୍ମରଣିକା” ପାଇଁ ଆପଣଙ୍କର ସ୍ଵରଚିତ ଲେଖା (କବିତା, ପ୍ରବନ୍ଧ, ଗଳ୍ପ, ଅନୁଭୂତି, ହସକଥା, ଚିତ୍ରାଙ୍କନ) ଆଦି ଆହ୍ଵାନ କରାଯାଉଅଛି । ଉକ୍ତ ଲେଖାଗୁଡିକ ନିମ୍ନ ମାନଦଣ୍ଡ ଅନୁଯାୟୀ ଶିକ୍ଷଣୀୟ ଏବଂ ସ୍ପଷ୍ଟ ହେବା ଆବଶ୍ୟକ ଏବଂ ଏହାକୁ ସୁନ୍ଦର ହସ୍ତାକ୍ଷର ରେ ଲେଖି ଅଥବା ଟାଇପ କରି ଆସନ୍ତା ଅକ୍ଟୋବର ୩୦ ତାରିଖ ମଧ୍ୟରେ ସ୍ମରଣିକା ସମ୍ପାଦକ ମଣ୍ଡଳୀ ଙ୍କୁ ପ୍ରଦାନ କରିବେ କିମ୍ବା ନିମ୍ନରେ ପ୍ରଦତ୍ତ ଠିକଣାରେ ପଠାଇବେ ।
୧. ଭାଷା ଚୟନ | ଓଡିଆ, ଇଂରାଜୀ, ହିନ୍ଦୀ ଏବଂ ସଂସ୍କୃତ । |
୨. ଲେଖକ/ଲେଖିକା | ବିଦ୍ୟାଳୟ ର ପୁରାତନ ଏବଂ ବର୍ତ୍ତମାନ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମର ବୁଦ୍ଧିଜୀବୀ ଏବଂ ସମ୍ପାଦନା କମିଟି ଦ୍ଵାରା ନିମନ୍ତ୍ରିତ ବ୍ୟକ୍ତି । |
୩. ବିଷୟବସ୍ତୁ | · ବିଦ୍ୟାଳୟ ତଥା ଗ୍ରାମ ସହିତ ସଂଶ୍ଳିଷ୍ଟ ଇତିହାସ, ସଂସ୍କୃତି, ପରମ୍ପରା ସମ୍ବଳିତ ଘଟଣାବଳୀ;
· ଗ୍ରାମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ର ସାମାଜିକ, ଅର୍ଥନୈତିକ, ପ୍ରସାଶନିକ ଏବଂ ଭୌଗଳିକ ବ୍ୟବସ୍ଥା ତଥା ଗ୍ରାମବାସୀ ମାନଙ୍କର ଜୀବନଶୈଳୀ, ବୃତ୍ତିଗତ ସାମ୍ପ୍ରଦାୟିକ ସମସ୍ଯା, ଦାୟିତ୍ଵ, ପରାମର୍ଶ ଓ ସମାଧାନ; · ଗ୍ରାମର ପ୍ରମୁଖ ବ୍ୟକ୍ତିମାନଙ୍କ ଜୀବନୀ, ପ୍ରତିଭା, ବିଦ୍ୟାଳୟ ବା ଗ୍ରାମ ସହ ଘଟିଥିବା ସ୍ମରଣୀୟ ମୂହୁର୍ତ୍ତ ବା ଦିନ ଇତ୍ୟାଦି; · ଓଡିଶା ଓ ଭାରତୀୟ ସଂସ୍କୃତି ଓ ପରମ୍ପରା ସମ୍ବଳିତ କୌଣସି ଲେଖା ବା ଭାବ ଭକ୍ତିପୂର୍ଣ୍ଣ ରଚନା, କବିତା ଇତ୍ୟାଦି; · ଦର୍ଶନ, ପୁରାଣ, ବିଜ୍ଞାନ, କୃଷି, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ରଚନା |
୪. ଶବ୍ଦସୀମା | ପ୍ରବନ୍ଧ ବା ଗଳ୍ପ (୬୦୦ ଶବ୍ଦ ମଧ୍ୟରେ ସର୍ବାଧିକ ୨ ପୃଷ୍ଠା) କବିତା (୨୦୦ ଶବ୍ଦ ମଧ୍ୟରେ) |
୫. ବିଶେଷ ସୂଚନା | ଲେଖାରେ ନଗ୍ନତା, ଅଶ୍ଳୀଳତା, ରାଜନୈତିକ ଆକ୍ଷେପ, ଗାଳିଗୁଲଜ ଆଦି ସଜ୍ଞା ବହନ କରୁଥିବା ଶବ୍ଦ ପ୍ରୟୋଗ ସଂପୂର୍ଣ୍ଣ ଭାବରେ ନିଷିଦ୍ଧ ଅଟେ । |
୬. ଘୋଷଣା | ପ୍ରତ୍ଯେକ ନିବନ୍ଧ ତଳେ ଲେଖକ / ଲେଖିକା ଙ୍କର ଏକ ଅଙ୍ଗୀକାର ବା ଘୋଷଣାନାମା ନିମ୍ନମତେ ରହିବା ବାଧ୍ୟତାମୂଳକ ଅଟେ । |
ମୁଁ ଶ୍ରୀ/ଶ୍ରୀମତୀ/କୁମାରୀ (ନାମ) ପିତା (ପିତା ନାମ) ଗ୍ରାମ (ଗ୍ରାମନାମ) , ଏତଦ୍ୱାରା ଘୋଷଣା କରୁଅଛୁ କି, ଉପରୋକ୍ତ ନିବନ୍ଧଟି ମୋର ସ୍ଵରଚିତ ଲେଖା ଅଟେ । ଏହା ମୁଁ କାହା ଲେଖାରୁ କପି କରିନାହିଁ ବା ଚୋରାଇ ଆଣିନାହିଁ । ଏହି ସମ୍ବନ୍ଧୀୟ କୌଣସି କଳହ ଅଥବା ଦ୍ଵନ୍ଦ ସୃଷ୍ଟି ହେଲେ ଏଥି ପାଇଁ ସମ୍ପାଦକ ବା ପ୍ରକାଶକ ଦାୟୀ ନୁହଁନ୍ତି ବା ରହିବେ ନାହିଁ; ଏଥି ନିମନ୍ତେ ମୁଁ ନିଜେ ଦାୟୀ ରହିବି ।
(ଦସ୍ତଖତ) ସ୍ଵାକ୍ଷର
ବି. ଦ୍ର. ଉପରୋକ୍ତ ସମସ୍ତ ମାନଦଣ୍ଡ ମାନୁଥିଲେ ମଧ୍ୟ ଲେଖାଟି ସ୍ମରଣିକାରେ ସ୍ଥାନପାଇବା ନପାଇବା ଲେଖାର ସାରାଂଶ, ମର୍ମ, ଗୁରୁତ୍ଵ ତଥା ନିବନ୍ଧ ପ୍ରକାଶନୀ ପରିଧି ଉପରେ ନିର୍ଭର କରେ । ଏହା ଉପରେ ମୁଖ୍ୟ ସମ୍ପାଦକଙ୍କ ନିଷ୍ପତ୍ତି ହିଁ କୌଣସି ସମସ୍ଯାର ଶେଷ ନିଷ୍ପତ୍ତି ଅଟେ ।
E-mail Address: contact@bautibidyapitha.com
WhatsApp: 97772 91977 – 90070 41208 – 94399 37137
ମୁଖ୍ୟ ସମ୍ପାଦକ