BAUTI BIDYAPITHA STUDENT ASSOCIATION, EKADAL, NARASINGHPUR, CUTTACK

ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଆଜିର ଶିକ୍ଷକ

ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଆଜିର ଶିକ୍ଷକ

“ବର୍ଷାଣା॰ ଭାରତ ଶ୍ରେଷ୍ଠ ଦେଶାନା॰ ଉତ୍କଳଶୃତଃ,

ଉତ୍କଳସ୍ୟ ସମୋ ଦେଶ, ଦେଶ ନାସ୍ତି ମହିତଳେ”

            ଭାରତ ବର୍ଷ ଭଳି ଏକ ପ୍ରଦେଶ ଯାହାକି ପ୍ରଥିବୀର ଏକ ଶ୍ରେଷ୍ଠ ଦେଶ ରୂପେ ପରିଗଣିତ, ତା’ର ଶିକ୍ଷା ବ୍ୟବସ୍ଥା ମଧ୍ୟ ନିଶ୍ଚିତ ରୂପେ ଶ୍ରେଷ୍ଠ ହୋଇଥିବ, ଏଥିରେ ଦ୍ଵିମତ ହେବାର ନାହିଁ । କାରଣ ଏହା ମଧ୍ୟ କୁହାଯାଏ “A Nation is built by its education”. ଶିକ୍ଷା ଧାତୁରୁ ଶିକ୍ଷା ଆସିଛି ଯାହାର ଅର୍ଥ ଶିଖିବା ବା ବିଦ୍ୟାଲାଭ କରିବା । ଯେପରି ଶିଖିବାର ଅନ୍ତ ନାହିଁ ସେହିପରି କୌଣସି ନିର୍ଦ୍ଧିଷ୍ଠ ସମୟ ମଧ୍ୟ ନାହିଁ । ଏହା ଏକ ନିରନ୍ତର ପ୍ରକ୍ରିୟା ଯାହା ଶିଶୁଟି ଭୂମିଷ୍ଠ ହେବା ଠାରୁ ଆରମ୍ଭ ହୋଇଥାଏ । ଜନ୍ମରୁ ସେ କେବଳ କାନ୍ଦିବା ଛଡା ଆଉ କିଛି ଜାଣି ନଥାଏ । ତା’ପରେ ଧୀରେ ଧୀରେ ସେ ହସିବା ଚିହ୍ନିବା ମୁହଁ କୁ ଅନେଇବା ଆଦି ଶିକ୍ଷା ଲାଭ କରିଥାଏ । ତେଣୁ ଶିକ୍ଷାର ମୂଳଦୁଆ ଗର୍ଭସ୍ଥ ଶିଶୁଟି ଭୂମିଷ୍ଠ ହେଲା ମାତ୍ରେ ଆରମ୍ଭ ହୋଇଯାଏ । ଏହା ମଧ୍ୟ କୁହାଯାଏ ଗର୍ଭରୁ ହିଁ ଶିଶୁଟିର ଶିକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ । ପୂରଣ ବର୍ଣ୍ଣିତ ଅଭିମନ୍ୟୁ ଉପାଖ୍ୟାନ ଏହାର ଏକ ପ୍ରମାଣ ହୋଇପାରେ ।

            ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା କୁ ଆମେ ଆସିବା ପୂର୍ବରୁ ପ୍ରାକ କାଳର ଶିକ୍ଷା ବ୍ୟବସ୍ଥା କୁ ଆମକୁ ଅବଲୋକନ କରି ଧୀରେ ଧୀରେ ଏହା କିପରି ଆଜିର ବ୍ୟବସ୍ଥା ପର୍ଯ୍ୟନ୍ତ ଆସିଛି, ଏଥିରେ ଘଟିଥିବା କ୍ରମ ବିବର୍ତ୍ତନ, କିପରି ଶିକ୍ଷା ଓ ଶିକ୍ଷକ ଓ ଶିକ୍ଷାୟତନରେ ପରିବର୍ତ୍ତନ ଆସିଛି ଓ ଏହାର ଫଳାଫଳ କଅଣ ହୋଇଛି ନିର୍ଣ୍ଣୟ କରିପାରିଲେ ଏହାର ସଠିକ ମୂଲ୍ୟାଙ୍କନ ହୋଇପାରିବ ବୋଲି ବିଶ୍ଵାସ ।

            ଦେବଗୁରୁ ବୃହସ୍ପତି ଙ୍କ ପରେ ମହର୍ଷି ବ୍ୟାସଦେବଙ୍କୁ ଆଦିଗୁରୁ ରୂପେ ଗଣନା କରାଯାଏ । ଯାହାକୁ ପରେ ଶଙ୍କରାଚାର୍ଯ୍ୟ ଏହି ଧାରାକୁ ଆଗେଇ ନେଇଥିଲେ । ତତ୍କାଳୀନ ଶିକ୍ଷା ବ୍ୟବସ୍ଥା କୁ ଅନୁଧ୍ୟାନ କଲେ ଆଜିକାଲି ପରି କୌଣସି ରଙ୍ଗ ବେରଙ୍ଗର ସୁନ୍ଦର ପ୍ରକୋଷ୍ଠ ଓ ତାଲିମପ୍ରାପ୍ତ ଶିକ୍ଷକ ଓ ନିର୍ଦ୍ଧିଷ୍ଠ ପାଠ୍ୟ ଖସଡା ନଥିଲା । ଭିତ୍ତିଭୂମି, ପାଠ୍ୟ ଖସଡା, ସମୟ ନିର୍ଘଣ୍ଟ ସବୁ କିଛି ଗୁରୁ ହିଁ ନିର୍ଣ୍ଣୟ କରୁଥିଲେ ଓ ଗୁରୁଙ୍କ ଅନୁଯାୟୀ ହେଉଥିଲା । ଶିକ୍ଷା ସମସ୍ତଙ୍କ ପାଇଁ ଉପଲବ୍ଧ ନଥିଲା ଓ ସମସ୍ତେ ଶିକ୍ଷା ପ୍ରାପ୍ତ ହୋଇପାରୁନଥିଲେ । ଏହା ସମାଜରେ କେତେକ ନିର୍ଦ୍ଧିଷ୍ଠ ବର୍ଗ ପାଇଁ କେବଳ ମାତ୍ର ଉପଲବ୍ଧ ଥିଲା କହିଲେ ଅତ୍ଯୁକ୍ତି ହେବ ନାହିଁ । ଶିଖିବା ପାଇଁ ଯୋଗ୍ୟତା ଅଛି କି ନାହିଁ ତାହା ଗୁରୁ ହିଁ ନିର୍ଣ୍ଣୟ କରିବା ପାଇଁ ଅଧିକୃତ ଥିଲେ । ଏପରିକି ରାଜପୁତ୍ର ମାନଙ୍କୁ ମଧ୍ୟ ଗୁରୁଙ୍କ ଆଶ୍ରମରେ ରହି ବିଦ୍ୟାଭାସ ବା ବିଦ୍ୟାଗ୍ରହଣ କରିବାକୁ ପଡୁଥିଲା । ବିଭିନ୍ନ ବେଦ ବେଦାନ୍ତ ଶାସ୍ତ୍ର ପୁରାଣ ସହ ଶିଷ୍ୟର ଆବଶ୍ୟକତା କୁ ମେଣ୍ଟାଉଥିବା କୃଷିକର୍ମ ଗୃହ କର୍ମ ତଥା ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷା ସବୁ ଦିଆଯାଉଥିଲା ବୋଲି ଆମର ପୂର୍ବତନ ଶିକ୍ଷାବିତ ମାନେ କହିଯାଇଛନ୍ତି । ଗୁରୁଙ୍କର ମୌଳିକତା ହିଁ ଥିଲା ଶିକ୍ଷାର ସ୍ୱରୂପ ଓ ମାନଦଣ୍ଡ । ଗୁରୁଙ୍କ ଉପରେ ନଥିଲା କୌଣସି ଶାସନ ବ୍ୟବସ୍ଥା ବା ଅନୁଶାସନ । ବର॰ ଗୁରୁଙ୍କ ଅନୁସାରେ ଓ ଅନୁଯାୟୀ ସବୁକିଛି ସାଧିତ ହେଉଥିଲା । ଶିଷ୍ୟର ସଫଳତାରେ ଥିଲା ଗୁରୁଙ୍କର ମାପକାଠି ।

            ସେଥିପାଇଁ ଗୁରୁ ଥିଲେ ଶ୍ରେଷ୍ଠ ସମ୍ମାନ ର ଅଧିକାରୀ ଯାହାକି ଆମେ ତାଙ୍କୁ ବ୍ରହ୍ମା ବିଷ୍ଣୁ ଓ ମହେଶ୍ଵର ଙ୍କ ଏକତ୍ରିତ ରୂପ ଭାବରେ ସ୍ଥାନ ଦେଇଥାଉ । ସେ ଏକାଧାରାରେ ଥିଲେ ସୃଷ୍ଟି ପାଳନ ଏବନ ସଂହାର ର ମୂର୍ତ୍ତିମନ୍ତ ପ୍ରତୀକ । ସେଥିପାଇଁ କବୀର ଦାସ ତାଙ୍କ ଦୋହାରେ ଦର୍ଶାଇଥିଲେ ;

ଗୁରୁ ଗୋବିନ୍ଦ ଦୋନୋ ଖଡେ

କାକୁ ଲାଗୁ ପ୍ରାୟ ଗୋବିନ୍ଦ ଦିୟେ କତାଏ

            ମଣିଷ ପରି ମଣିଷଟିଏ ଗଢିତୋଳିବାରେ ଓ ଶିଷ୍ୟକୁ ସଫଳତା ର ଶୀର୍ଷରେ ପହଞ୍ଚାଇବା ର ଗୁରୁଦାୟିତ୍ଵ ତଥା ସମସ୍ତ ସୁଗୁଣ ଗୁଡିକର ବିକାଶ ନିମିତ୍ତ ଗୁରୁ ହିଁ ଥିଲେ ଏକମାତ୍ର ଆଶା ହିଁ ଭରସା । ଏପରିକି, ତତ୍କାଳୀନ ରାଜା, ରାଜୁଡା ଓ ମାନବ ରୂପୀ ଦେବତା ମାନେ ମଧ୍ୟ ଗୁରୁଙ୍କ ଆଗରେ ନତମସ୍ତକ ହେଉଥିଲେ ।

            ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା ଏହାଠାରୁ ଆଜି କେତେ ଦୂରରେ । ପିଲାଙ୍କର ଶିକ୍ଷା, ସମାଜରେ ଗତି, ଦୁର୍ଗତି ଆଦିକୁ ଲକ୍ଷ୍ୟ କଲେ ଏହାର ଏକ ବିକଳ ଚିତ୍ର କୁ ଆମେ ଉପଲବ୍ଧ କରିବା ଯାହାକି, “ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ” ଉକ୍ତି କୁ କେତେ ସିଦ୍ଧ ସାବ୍ୟସ୍ତ କରୁଛି ଅନୁଧ୍ୟାନ ଯୋଗ୍ୟ । ଗୁରୁକୁଳ ର ଶିକ୍ଷା ବ୍ୟବସ୍ଥା ବଦଳରେ ଆଧୁନିକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସୃଷ୍ଟି ହେଲା ସୁସ॰ହନ୍ତ, ସୁସଙ୍ଗଠିତ, ତାଲିମପ୍ରାପ୍ତ, ପାଠ୍ୟ ଖସଡା ବର୍ଣ୍ଣିତ, ଉପଯୁକ୍ତ ସଂରଚନା ଭିତ୍ତିକ ଶିକ୍ଷା ପଦ୍ଧତ୍ତି । ବିଭିନ୍ନ ବିଦ୍ୟା ପ୍ରଦାନ କରାଯାଇ ଶିକ୍ଷାଦାନ ପାଇଁ ଶିକ୍ଷକ ନିର୍ମାଣ କରାଗଲା । ବିଦ୍ୟାଳୟ ସୃଷ୍ଟି କରାଗଲା । ବିଦ୍ୟାକୁ ସାର୍ବଜନୀନ କରାଗଲା । ଯାହା ଆଗରୁ କେବଳ ସୀମିତ ଙ୍କ ପାଇଁ ଉଦ୍ଧିଷ୍ଠ ଥିଲା । ନୂତନ ଢାଞ୍ଚାରେ “All-round development of body mind and spirit ରୁ modification of behavior in education” ପର୍ଯ୍ୟନ୍ତ ଅନେକ ପରୀକ୍ଷା ନିରୀକ୍ଷା କରାଯାଇ ଶିକ୍ଷାନୀତି ର ପ୍ରଣୟନ କରାଗଲା । ବେଦ, ବେଦାନ୍ତ, ଶାସ୍ତ୍ର ପୁରାଣ, ଉପନିଷଦ ବଦଳରେ ତିଆରି ହେଲା ଅନେକ ପୁସ୍ତକ ଯାହାକୁ ପାଠ୍ୟ ପୁସ୍ତକ ବୋଲି କୁହାଗଲା । ଇଂରେଜ ଶାସନ କରିବା ସମୟରେ ସେମାନଙ୍କ ପାଇଁ କିଛି ଇଂରାଜୀ ପଡୁଥିବା ଯୁବକଙ୍କ ଆବଶ୍ୟକତା କୁ ମେଣ୍ଟାଇବା କୁ ବା କିଛି ଚାକିରୀଆ ଗୋଷ୍ଠୀ ସୃଷ୍ଟି ନିମିତ୍ତ ଆରମ୍ଭ କରାଯାଇଥିବା ପାଠ୍ୟକ୍ରମରେ ଆମେ ଆଣୁଛନ୍ତି  ପରିବର୍ତ୍ତନ । ଅନେକ କମିଟି ର ସୁପାରିଶ ଅନୁଯାୟୀ ଦିନକୁ ଦିନ ଏହାର କଳେବର ତଥା ସ୍ୱରୂପ ବଦଳାଇବାରେ ଲାଗିଛନ୍ତି । ଯାହାଫଳରେ ଆମେ ଆଜି ମଙ୍ଗଳ ଗ୍ରହରେ ଓ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାରୁଛନ୍ତି । କିନ୍ତୁ ସମାଜରେ କେତେ କ୍ଷତି ହେଉଛି ମଣିଷର ମଣିଷପଣିଆ ର ପୃଷ୍ଠଭୂମି କେତେ ସୁଦୃଢ ହୋଇଛି ଆମ ଆଖି ଆଗରେ ଦଣ୍ଡାୟମାନ ।

            ଅନେକ ସଫଳତା ର ଶୀର୍ଷକୁ ଆମେ ସ୍ପର୍ଶ କରୁଥିବା ବେଳେ ମଣିଷ ମଣିଷକୁ ସ୍ପର୍ଶ କରିବାକୁ ଆଜି ଡରୁଛି । ଶିକ୍ଷିତ ମଣିଷ ଆଜି ଅନେକ ତତ୍କାଳୀନ ଅଶିକ୍ଷିତ କରୁନଥିବା କାର୍ଯ୍ୟ କରୁଛି । ତେବେ ସମାଜର ଓ ମଣିଷ ପଣିଆର ଏ ଦୁର୍ଗତି ପାଇଁ ଶିକ୍ଷା ଶିକ୍ଷାୟତନ ଓ ଶିକ୍ଷକର କିଛି ଭୂମିକାରେ କିଛି ତ୍ରୁଟି ରହିଯାଇ ନାହିଁ ।

            ଆଜିକାଲି ଅଧିକାଂଶ ବ୍ୟକ୍ତି ଶିକ୍ଷା ଓ ଶିକ୍ଷକଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ କୁଣ୍ଠାବୋଧ କରୁ ନାହାଁନ୍ତି । କିଛି ଅଧୁନାତନ ଶିକ୍ଷକ ଆଜି ଗୁରୁ ପଦର ଦୁରୁପଯୋଗ ଓ ଅପମର୍ଯ୍ୟାଦାର କାରଣ ହୋଇଯାଇ ନାହାଁନ୍ତି ତ ? ଶିକ୍ଷକତା କୁ ଏକ ବ୍ରତ ବଦଳରେ ବୃତ୍ତି ବୋଲି ମାନୁଥିବା କିଛି ମଣିଷ ର ପାରିବାପଣିଆ ର ଏକ କ୍ରିଡାନବ ହୋଇଯାଇ ନାହିଁ ତ ? ଯେଉଁ ଗୁରୁ ଦିନେ ସମାଜରେ ଉଚ୍ଚ ଆଦର୍ଶ ର ପ୍ରତୀକ ଥିଲେ ସେଥିରେ ଅବନ୍ନତି ହୋଇଯାଇ ନାହିଁ ତ ? କତିପୟ ଗୁରୁ ଶିକ୍ଷକ ଙ୍କ ଯୋଗୁଁ ଆଜି ସମାଜ ଅସମାଜିକତା ର ପ୍ରାଙ୍ଗଣ ହୋଇଯାଇ ନାହିଁ ତ ?

            ଭିକ୍ଷାମୁଠିରେ ଚଳୁଥିବା ଗୁରୁ ଆଜି ବେତନପ୍ରାପ୍ତ, ମୁକ୍ତାକାଶ ତଳେ ଥିବା ଶିକ୍ଷା ଆଜି ସୁସ॰ହତ ଓ ସୁସଙ୍ଗଠିତ ।  ଏକଲବ୍ୟ ପରି ଆଶାୟୀ ଙ୍କ ପାଇଁ ଶିକ୍ଷା ଅପହଞ୍ଚ ବି ନୁହେଁ । ତେଣୁ ଏହାର ଏକ ସମୀକ୍ଷା ଆବଶ୍ୟକ ମନେହୁଏ । ଯଦିଓ ନିର୍ଦ୍ଧିଷ୍ଠ ପାଠ୍ୟ ଖସଡା ପାଇଁ ନିର୍ଦ୍ଧିଷ୍ଠ ତାଲିମ ପ୍ରାପ୍ତ ଶିକ୍ଷକ ଙ୍କୁ ନିୟୋଜିତ କରାଯାଇ ଓ ଶିକ୍ଷାର୍ଥୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମାଗଣାରେ ଉପଲବ୍ଧ କରାଯାଉଛି ତେବେ ଶିକ୍ଷାର ଓ ଶିକ୍ଷା ବ୍ୟବସ୍ଥାର ଦୁର୍ଦ୍ଦିନ ଓ ଦୁର୍ଗତି କାହିଁକି ? ତ୍ରିଭୁଜର ୩ ଶୀର୍ଷରେ ଥିବା ଶିକ୍ଷା ଶିକ୍ଷାୟତନ ଓ ଶିକ୍ଷକ ର କେଉଁ ସ୍ତରରେ ଭୁଲ ରହିଯାଉଛି ? ପରିବାର ସାମାଜିକ ସ୍ଥିତି ଓ ପିତାମାତା ଏମାନଙ୍କର ଭୂମିକା ପ୍ରତିକୂଳ ପ୍ରଭାବ ପକାଉଛି କି ? ସର୍ବୋପରି କିଛି ଅବାଞ୍ଛିତ ଓ କିଛି ପେଶାଦାର ମନୋବୃତ୍ତି ସମ୍ପନ୍ନ ଲୋକ ଶିକ୍ଷା ବ୍ୟବସ୍ଥାକୁ ପଶି ଆସିଲେ କି ? ଶିକ୍ଷାଦାନ ଶିକ୍ଷକର ମାପକାଠି ନ ହୋଇ ପଦପଦବୀ ଓ ଶିକ୍ଷାଗତ ଯୋଗ୍ୟତା ର ଅଧୀନ ହୋଇଯାଇଛି କି ? ଶିକ୍ଷା ବ୍ୟବସ୍ଥାର ମୌଳିକତା ଓ ମୂଳ ଲକ୍ଷ ଠାରୁ କିଛି ଏହାକୁ ଦୂରକୁ ନେଇ ଯାଉଛନ୍ତି କି ?

            ଏ ସମସ୍ତ ଅସମାହିତ ପ୍ରଶ୍ନ ର ସମ୍ମିଶ୍ରଣରେ ଆଜିର ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଧନୀ ହେବାରେ ଲାଗିଛି ଓ ଦିନକୁ ଦିନ ଅନେକ ନିରାଶା ଅନ୍ଧକାର ମଧ୍ୟକୁ ଆମେ ଠେଲି ହୋଇ ଯାଉଛନ୍ତି । ଶିକ୍ଷାର ପ୍ରଗତି ପାଇଁ ଶିକ୍ଷାରେ ସଂସ୍କାର ର ତ ଆବଶ୍ୟକତା ରହିଛି ମାତ୍ର ସୁସ॰ହତ ଶିକ୍ଷକ ପାଇଁ ସଂସ୍କାରୀ ଶିକ୍ଷକ ର ମଧ୍ୟ ଆବଶ୍ୟକତା ରହିଛି । ଶିକ୍ଷକତା ଭଳି ପବିତ୍ର ବୃତ୍ତି କୁ ବ୍ରତ ଭାବି ଆଗେଇ ନେବା ପାଇଁ ସଂରକ୍ଷଣର ଆବଶ୍ୟକତା ପଡିବା ଭଳି ପରିସ୍ଥିତି ଉପୁଜିଲାଣି । ଚାକିରୀ ସୃଷ୍ଟି, ସର୍ବତ୍ର ଶିକ୍ଷା ବ୍ୟବସ୍ଥା ଆଜି ନୈତିକତା ର ମୂଲ୍ଯବୋଧ ଓ ମାନବିକତା ପରି ସୁଗୁଣ ଗୁଡିକର ବିକାଶ ପାଇଁ ତତ୍ପର ପରି ମନେ ହୁଏ ନାହିଁ, ଯାହା ଆଜିର ସମାଜକୁ ଲକ୍ଷ୍ୟ କଲେ ଜଣାପଡେ । ଏଥିପାଇଁ ସରକାର, ଶାସନକଳ, ଶିକ୍ଷା ପଦ୍ଧତି, ପାଠ୍ୟ ଖସଡା, ସମାଜ, ପରିବାର, ପିତାମାତା, ପରିବେଶ, ପରିସ୍ଥିତି, ଟାଉଟର, ବୋଲକରା, ଚାଟୁକାର, ରାଜନୀତି, ଶିକ୍ଷକ, କାହାକୁ ଦାୟୀ କରାଯିବ ?

            ଏସବୁ ସତ୍ତ୍ୱେ ଯଦି ଛାଞ୍ଚଟି ଉତ୍ତମ ହୁଏ ସମସ୍ତ ପ୍ରତିକୁଳତା ସତ୍ତ୍ୱେ ସେ ଯେ ଉତ୍ତମ ମୂର୍ତ୍ତିଟିଏ ଗଢିବା ପାଇଁ ପ୍ରାୟସୀ ହେବ, ଏହା ନିଃସନ୍ଦେହ । ମଣିଷ ତିଆରି କାରଖାନା ର କାରିଗର ଉପରେ ବହୁତ କିଛି ନିର୍ଭରଶୀଳ ଏ ଦୁର୍ଦ୍ଦିନ ରୁ ଉଦ୍ଧାର ନିମିତ୍ତ । ଶିକ୍ଷାୟତନ ପରି ଏକ ପବିତ୍ର ମନ୍ଦିରକୁ ସୁରକ୍ଷିତ ରଖିବା ଓ ଗୌରବମୟ ଇତିହାସ କୁ ଆଗେଇ ନେବାକୁ କିଛି ନିଃସ୍ଵାର୍ଥପର ଶିକ୍ଷାପ୍ରେମୀ ଶିକ୍ଷାକୁ ବ୍ରତ ଭାବୁଥିବା ପରୋପକାରୀ ସୁହୃଦ, ଛାତ୍ରବତ୍ସଳ, ଧୀଶକ୍ତି ସମ୍ପନ୍ନ ବିଚାରଶୀଳ ଶିକ୍ଷକ ଟିଏ ଆବଶ୍ୟକତା ମର୍ମେ ମର୍ମେ ଅନୁଭୂତ ହେଉଅଛି ।

“A skilled personal never blames his tools”

            “ସା ବିଦ୍ୟା ଯା ବିମୁକ୍ତୟେ” ଆଜି ଅନ୍ଧକାର ମଧ୍ୟରେ । ଦିଗହରା ହେବା ପୂର୍ବରୁ ସମସ୍ତେ ସମସ୍ତଙ୍କର, ଭୂମିକା କୁ ନେଇ ଦାୟିତ୍ଵ ସମ୍ପନ୍ନ ଓ ଯତ୍ନବାନ ହେବା ପାଇଁ ବିନମ୍ର ନିବେଦନ ନଚେତ ଇତିହାସ ଆମକୁ କ୍ଷମା କରିବ ନାହିଁ ।

Leave a Comment

Your email address will not be published. Required fields are marked *

Scroll to Top