ମୁଠାଏ ସ୍ୱପ୍ନ

ହାତ ପାପୁଲିରେ ସାଉଁଟି ଥିଲି ମୁଁ ମୁଠାଏ ସ୍ୱପ୍ନ….
ଦିବସ ରଜନୀ ଏକା କରି,
ଗଢୁଥିଲି ନିତି ଥିରି ଥିରି,
ବୟସର ପଥେ ସମୟ ତା ଗତି ଫେରେ;
କୋମଳ ରାସ୍ତାରେ ବିକ୍ଷିପ୍ତ କଣ୍ଟକ ଦେଲା ଭରି….(୧)
ଭୁଲିଯାଇଥିଲି ଅଜଣା ରାଇଜେ କରିଛି ଘର….
ସପନ ରାଇଜ କଥା ଶୁଣି,
ଭାବିଲି କାଳେ ମୁଁ ଜିବି ଜିଣି,
ମାୟା ମରିଚିକା ପଛେ ବୋଧେ ଧାଉଁଥିଲି;
କାଚ ମୁଲ୍ୟ ଦେଇ କଳାକାଞ୍ଚନକୁ ନେଲା ଗଣି….(୨)
ଅଜବ ଦୁନିଆ ବଗିଚାରେ ଥିଲା କଳା ପାହାଡ଼….
ସପନ ଫୁଲର ବାସ୍ନା ପାଇ,
ଚାଲିଲି ଖୋଜିବା ଆଶା ନେଇ,
କଳାକାଳିମା ରେ ରଙ୍ଗ ମୋର ଉଡ଼ିଗଲା;
ହଜିଗଲା ସ୍ୱପ୍ନ ଅଧା ରାସ୍ତାଟାରେ ଧୋକାଦେଇ….(୩)

Leave a Comment

Your email address will not be published. Required fields are marked *

Scroll to Top