BAUTI BIDYAPITHA STUDENT ASSOCIATION, EKADAL, NARASINGHPUR, CUTTACK

ଭାରତର ସମ୍ବିଧାନ

ଭାରତର ସମ୍ବିଧାନ

ପ୍ରତ୍ୟେକ ସାର୍ବଭୌମ ଦେଶର ଶାସନ ପରିଚାଳନା ପାଇଁ ନିଶ୍ଚିତ ଏକ ସମ୍ବିଧାନ ଆବଶ୍ୟକ । ଆମେ ଭାରତୀୟ ବିଶ୍ଵର ସର୍ବବୃହତ ଲିଖିତ ସମ୍ବିଧାନରଶାସିତ ନାଗରିକ ଅଟୁ । ଜନସଂଖ୍ୟାରେ ସର୍ବବୃହତ ସଂସ୍କୃତି, ପରମ୍ପରା, ଧର୍ମ, ଶିକ୍ଷା ହଜାର ହଜାର ବର୍ଷର ପୁରାତନ ଦେଶର ଶାସନ ବ୍ୟବସ୍ଥା ପରିଚାଳନା ପାଇଁ ଏବଂ ଦିଲ୍ଲୀର ଶାସକ ପୃଥୀରାଜ ଚୌହାନଙ୍କ ଶାସନ ପତନ ପରେ ଭାରତପ୍ରାୟ ୧୦୫୦ ଖ୍ରୀଷ୍ଟାବ୍ଦ ପରେ ପରାଧୀନ ହୋଇ ବିଦେଶୀ ଶାସକଙ୍କ ଦ୍ଵାରା ଶାସିତ ହୋଇ ଆସୁଥିଲା । ଭାରତ ଶାସନ ପାଇଁ କୌଣସି ଗୋଟିଏ ଆଇନ ବ୍ୟବସ୍ଥା ନଥିଲା । ୧୮୫୭ ଖ୍ରୀଷ୍ଟାବ୍ଦ ସିପାହୀ ବିଦ୍ରୋହ ପରଠାରୁ ଭାରତ ସମ୍ପୂର୍ଣ୍ଣ ଭାବେ ଇଂରେଜ ଶାସନ ଦ୍ଵାରା ଶାସିତ ହେଲା । ପାଶ୍ଚ୍ଯାତ ସଂସ୍କୃତି, ଶିକ୍ଷା, ଧର୍ମ, ସଂସ୍କାର, ଆର୍ଥିକ, ସାମାଜିକ ସବୁ କ୍ଷେତ୍ରରେ ଇଂରାଜୀ ଶାସନ ର ଅନୁସରଣ କରିବାକୁବାଧ୍ୟ କରାଗଲା । ସ୍ଵାଧୀନତା ଆନ୍ଦୋଳନ ର ମୁଖ୍ୟ ଆମ୍ଭେ ସ୍ବାଧିନ ହେବୁ ଓ ଆମ ଶାସନ ବ୍ୟବସ୍ଥା ଆମ ହାତରେ କରିବୁ । ନିମ୍ନମତେ ଗୋଟିଏ ନାରା ଦିଆଗଲା “ଆମେ ଚଳାଇବୁ ଦେଶ ଆମରି, ଆମରି ନା ରେ ଆମେ ନାଉରି” ଠିକ୍ ଦେଶରେ ସ୍ଵାଧୀନତା ସଂଗ୍ରାମୀ ମାନେ ଦେଶ ସ୍ବାଧିନ ହେଲେ ତା ପରର ଶାସନ ପାଇଁ ଗୋଟିଏ ସମ୍ବିଧାନର ଆବଶ୍ୟକ କୁ ଲକ୍ଷ୍ୟ କରି ଗୋଟିଏ ସମ୍ବିଧାନ ପ୍ରଣୟନ ସଭା ପାଇଁ ଆଲୋଚନା କଲେ ।

ପ୍ରଥମ ବୈଠକ constitution assembly ରେ ଚର୍ଚ୍ଚାହେଲା । ଏହି ସଭା ୧୯୪୬ ମସିହା ଡିସେମ୍ବର ନଅ ତାରିଖରେ ଆରମ୍ଭ ହେଲା । ଏଥିରେ ସଭାପତି ରୂପେ ମାନନୀୟ ସଚ୍ଚିଦାନନ୍ଦ ସିହ୍ନାଙ୍କୁ ନିଯୁକ୍ତି କରାଗଲା । ତାହାର ଠିକ୍ ଦୁଇ ଦିନ ପରେ ୧୧ ଡିସେମ୍ବର ୧୯୪୬ ମସିହାରେ ସମ୍ବିଧାନ ପ୍ରଣୟନ ଏକ ସ୍ଥାୟୀ ସଭା ଅନୁଷ୍ଠିତ ହେଲା । ଏଥିରେ ଡାକ୍ତର ଭୀମରାଓ ଆମ୍ବେଦକର ଙ୍କୁ ସ୍ଥାୟୀ ସଭାପତି ରୂପେ ମନୋନୀତ କରାଗଲା ଏବଂ ତାଙ୍କର ନେତୃତ୍ୱ ରେ ସମ୍ବିଧାନ ପ୍ରଣୟନ କାର୍ଯ୍ୟ ଆରମ୍ଭ ହେଲା । ଏଥିରେ ଏଗାର ଟି ସତ୍ର ଏବଂ ଏକ ଶହ ପଞ୍ଚଷଠିଦିନର କାର୍ଯ୍ୟ ଦିବସ ହୋଇଥିଲା । ଏବଂ ସମ୍ବିଧାନ ସ୍ବୀକୃତି ପାଇଲା ୨୬ ନଭେମ୍ବର ୧୯୪୯ ମସିହାରେ । ଦେଶର ପ୍ରଥମ ରାଷ୍ଟ୍ରପତି ଡାକ୍ତର ରାଜେନ୍ଦ୍ର ପ୍ରସାଦ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ସମ୍ବିଧାନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଦେଶର ଶାସନ ପରିଚାଳନା ପାଇଁ ସମ୍ବିଧାନକୁ ସ୍ଵୀକୃତି ଦେଲେ। ଏହା ଦେଶରେ ଶାସନ ବ୍ୟବସ୍ଥାରେ ଲାଗୁ ହେଲା ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ରେ । ଶାସନ ପ୍ରଣୟନ ପାଇଁ ପ୍ରଥମେ ଅଖଣ୍ଡ ଭାରତର ୩୮୯ ଜଣ ସଦସ୍ୟ ମନୋନୀତ ହୋଇଥିଲେ । ୯୩ ଟି ରାଜ୍ୟର ପ୍ରତିନିଧି ୯୩ ଜଣ ଆମ ଦେଶର ୨୯୨ ଟି ପ୍ରାନ୍ତର ପ୍ରତିନିଧି ଏବଂ ଚାରୋଟି ରାଜ୍ୟର ମୁଖ୍ୟ ଆୟୁକ୍ତ ଙ୍କୁ ନେଇ ମିଶାଇ ସମ୍ବିଧାନ ସଭା ଆରମ୍ଭ ହେଲା ଏବଂଏଥିରେ ବିଶ୍ଵର ସର୍ବବୃହତ ଲିଖିତ ସମ୍ବିଧାନ ପାଇଁ ଲେଖା ଆରମ୍ଭ ହେଲା । ଭାରତ ବିଭାଜନ ପରେ ଏହାର ସଂଖ୍ୟା ୨୯୯ କୁ ଖସିଆସିଲା । ପ୍ରଥମ ସମ୍ବିଧାନର ପ୍ରଥମ ପୃଷ୍ଟାରେ ଚାରୋଟିମୁଖ୍ୟ ଶବ୍ଦକୁ ନେଇ ସମ୍ବିଧାନ ଲେଖା ଆରମ୍ଭ କରାଗଲା, ଯଥା ୧) ନ୍ୟାୟ, ୨) ସ୍ୱତନ୍ତ୍ରତା୩) ସମାନତାଓ ୪)ଭାତୃତ୍ବ। ବ୍ୟକ୍ତିର ମର୍ଯ୍ୟାଦା ଏବଂ ଜାତିର ଏକତା ଓ ଅଖଣ୍ଡତା କୁ ସୁନିଶ୍ଚିତ କରିବାପାଇଁଆମ୍ଭେ ଅଦ୍ୟ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ସମ୍ବିଧାନ ସଭାରେ ଏହି ସମ୍ବିଧାନକୁ ଅଙ୍ଗୀକାର ପ୍ରଣୟନ ଓ ଗ୍ରହଣ କରୁଅଛୁ। ସମ୍ବିଧାନର ଦୁଇଟି ଜିନିଷ, ସାମାଜିକତା ଓ ଧର୍ମ ନିରପେକ୍ଷତା ପରେ ଯୋଡା ହେଲା ।

ସମ୍ବିଧାନ ସଭାରେ ଅନେକ ବିଷୟ ଆଲୋଚନା ହେଲା । ସମ୍ବିଧାନ ସଭାର ନେତୃବର୍ଗ ଅନେକ ଗୁରୁତ୍ତ୍ୱପୂର୍ଣ କଥାକୁ ରଖିବା ପାଇଁ ଆଲୋଚନା ରେ ଗୁରୁତ୍ବ ଦେଲେ । ସେଗୁଡିକ ମଧ୍ୟରୁ ପୁରାତନ ଭାଷା, ଶବ୍ଦ, ଧର୍ମ, ଗୌରବ ପୂର୍ଣ୍ଣ ଜାଗା ସମ୍ବିଧାନ ସ୍ଵୀକୃତି ଲାଭ କରିବା ପୂର୍ବରୁ ପରାଧୀନ ଭାରତର ସ୍ଵାଧୀନ ସଂଗ୍ରାମୀ ନେତୃବର୍ଗ ମାନେ ଭାରତ ପାଇଁ ଏକ କଳ୍ପନା ସମ୍ବିଧାନ ନିର୍ମାଣ ପାଇଁ ଅନେକ ବୈଠକ କରିଥିଲେ । ସେଥିମଧ୍ୟରୁ ୧୮୯୫ ମସିହାର Constitution Bill of India ୧୯୦୯ ମସିହାର Indian Council Act, ୧୯୨୮ ମସିହାର ନେହୁରୁ ଙ୍କ ରିପୋର୍ଟ, ୧୯୩୦ ମସିହାର Purna Swaraj Resolution ଓ ୧୯୩୫ ମସିହାର Government of India Act, ଏହି ସବୁ ବୈଠକର ନିଷ୍କର୍ଷ ଗୁଡ଼ିକୁ ନେଇ ସର୍ବଶେଷ ରେ ଭାରତ ସମ୍ବିଧାନ ପ୍ରଣୟନ ସଭା ଆରମ୍ଭ ହେଲା । ଏଥିରେ ହଜାର ବର୍ଷରୁଉର୍ଦ୍ଧ୍ବ ସଂସ୍କୃତିକୁ ଯୋଡା ହେବା ଏବଂ ଏହାକୁ କେବେ କଟା ହେବ ନାହିଁ ବୋଲି ଆଲୋଚନା ହେଲା । ସେଥି ନିମନ୍ତେ ପ୍ରଥମ ଶତ୍ର ରେ ଚିତ୍ର ମଧ୍ୟରେ ପ୍ରତ୍ୟେକ ସଂସ୍କୃତି ଓ ସଭ୍ୟତା କୁ ଦେଶର ମହାନ୍ ଚିତ୍ରଶିଳ୍ପୀ ନନ୍ଦଲାଲ ବସୁ ସମ୍ବିଧାନରେ ଚିତ୍ର ଅଙ୍କନ ପାଇଁ ଦାୟିତ୍ବ ନେଲେ । ପ୍ରଥମ ଚିତ୍ରରେ ଭାରତର ବୈଦିକ ପ୍ରାଚୀନ ସଭ୍ୟତା ମହେଞ୍ଜୋଦାରୋ ର ଚିତ୍ରଚିତ୍ରିତ ହେଲା । ଦୁଇ ରେ ବୈଦିକ ଚିତ୍ର ମାଧ୍ୟମରେ ଲୋକମାନେ ଏକତ୍ର ବାସ କରିବା ଏବଂ ଶିକ୍ଷା ପାଇଁ ଗୁରୁକୁଳ ଆଶ୍ରମ ଏବଂ ଚାଷ ଉପରେ ନିର୍ଭର କରି ଗ୍ରାମ୍ୟ ଜୀବନର ଚିତ୍ର ଚିତ୍ରିତ ହେଲା । ତିନି ରେ ପୁଷ୍ପକ ଯାନରେ ଶ୍ରୀରାମଚନ୍ଦ୍ରଙ୍କର ଲଙ୍କା ଅଭିଯାନସୂଚିତ କରୁଅଛି ଯେ ବୈଦିକ ମନ୍ତ୍ର ଏବଂ ସେହି ସମୟର ସାଧକ ମାନେ ଆକାଶ ମାର୍ଗରେ ଜାନ ପରିଚାଳନା ପାଇଁ ଶିକ୍ଷା କରିଥିଲେ । ଚାରି ରେ ମହାଭାରତ ର ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦସୂଚିତ କରୁଅଛି ଯେ କର୍ମ ସର୍ବଶ୍ରେଷ୍ଠ । କର୍ମ ମାଧ୍ୟମରେ ସମସ୍ତ ଅସାଧ୍ୟ ସାଧନ କରିହେବ । ଛଅ ରେ ଭଗବାନ ବୁଦ୍ଧଙ୍କ ଚିତ୍ର ଅହିଂସା ପରମଧର୍ମ । କୌଣସି ଦେଶର ଉନ୍ନତି ପାଇଁ ହିଂସାର କୌଣସି ସ୍ଥାନନାହିଁ । ସାତ ରେ ମହାବୀର ଗୌତମ ବୁଦ୍ଧ ଙ୍କ ଚିତ୍ର ସୂଚିତ କରୁଛି ଯେ ରାଜ୍ୟର ଶାସନ ମୁଖ୍ୟ ରାଜ୍ୟପାଳଙ୍କ ଦ୍ଵାରା ଶାସିତ ହେବ ଏଵଂ ସେ କେନ୍ଦ୍ର ପାଖରେ ଉତ୍ତରଦାୟୀରହିବେ । ଆଠ ରେ ମର୍ଯ୍ୟ ଶାସନ କାଳର ଚିତ୍ର ସୁଚାଉ ଅଛି ଯେ ଦେଶର ଗୌରବପୂର୍ଣ୍ ଶାସନ, ସମୃଦ୍ଧି, ପ୍ରଗତି, ସମ୍ବିଧାନର ଶାସନ ବ୍ୟବସ୍ଥା ଅନୁସାରେ ହିଁ ସମ୍ପାଦନ ହୋଇପାରିବ । ନଅରେ କୁବେର ଙ୍କ ଚିତ୍ର ସମ୍ବିଧାନର ଅର୍ଥବ୍ୟବସ୍ଥା, ଆର୍ଥିକ ଉନ୍ନତି, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅର୍ଥର ନିରପେକ୍ଷ, ନେଣ ଦେଣ ସୂଚିତ କରୁଛି । ବିକ୍ରମାଦିତ୍ୟଙ୍କ ଚିତ୍ର ଶାସନର ସୁବ୍ୟବସ୍ଥା, ନ୍ୟାୟ ପ୍ରଦାନ ରେ ନିରପେକ୍ଷତା, ରାଜ୍ୟ ଗୁଡ଼ିକର କ୍ଷମତା ବିକେନ୍ଦ୍ରୀକରଣ ଓ ଶାସନର ସୁପରିଚାଳନା । ଏଗାର ରେ ନାଳନ୍ଦା ବିଶ୍ଵବିଦ୍ୟାଳୟ ର ଚିତ୍ର ପୁରାତନ ଭାରତ ଶିକ୍ଷା ବ୍ୟବସ୍ଥା, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଶିକ୍ଷାର ସମନ୍ନେୟ ବ୍ୟବସ୍ଥା । ବାର ରେ ଅଶ୍ଵ ମେଦ୍ଧ୍ ଯଜ୍ଞ ସୂଚିତ କରୁଅଛି ଯେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଶାସନ ବ୍ୟବସ୍ଥାର ସୁପରିଚାଳନା ଏଵଂ ସେଥିପାଇଁ ସମ୍ବିଧାନ ରେ ଲେଖାଯାଇ ଅଛି ଯେ Union Of India । ତେର ରେ ନଟରାଜ ଚିତ୍ର ସୂଚିତ କରୁଛି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଅର୍ଥର ସୁବଣ୍ଟନ। ଚଉଦ ରେ ଭାଗିରଥି ଗଙ୍ଗାର ଚିତ୍ର ସୂଚିତ କରୁଛି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ନଦୀ ଓ ସମୁଦ୍ର ଜଳର ସୁବଣ୍ଟନ। ଦେଶ ଓ ବିଦେଶ ମଧ୍ୟରେ ଜଳ ପଥର ବ୍ୟବସ୍ଥାର ଆଇନ ଲିଖିତ ଅଛି । ମାତୃଶକ୍ତି ର ବିକାଶ ପାଇଁ Women’s Right ସମ୍ବିଧାନ ଆମକୁ ଦେଉଅଛି । ପଶ୍ଚ୍ୟାତ୍ ଦେଶ ଗୁଡିକ ନାରିଶକ୍ତି କୁ ସେମାନଙ୍କ ନାର୍ଯ୍ୟ ଅଧିକାର ଓ କର୍ତ୍ତବ୍ୟ ରୁ ଅନେକାଂଶ ରେ ଦୂରେଇ ରଖିଲା ବେଳେ ଯାହାକି ୧୯୨୦ ମସିହାରେ ଆମେରିକାରେ ଆନ୍ଦୋଳନ କରି ଶେଷରେ ଭୋଟ ଦେବାର ଅଧିକାର ପାଇଲେ । ସେହିପରି ୧୯୪୮ ରେ UK ମଧ୍ୟ ଆନ୍ଦୋଳନ ଚଳାଇଥିଲେ । ଅନେକ ଆନ୍ଦୋଳନ କରି ସୁଇଜରଲ୍ୟାଣ୍ଡ ଭଳି ଦେଶ ୧୯୭୧ ରେ ନାରୀ ସମାନ ଅଧିକାର ପାଇଲା । କିନ୍ତୁ ବିଶ୍ଵର ସର୍ବବୃହତ ଲିଖିତ ସମ୍ବିଧାନ ୧୯୫୦ ମସିହାର ଜାନୁଆରୀ ୨୬ ତାରିଖ ଦିନ ନାରିଙ୍କୁ ସମାନ ଅଧିକାର ର କ୍ଷମତା ପ୍ରଦାନ କଲା । ସେଥିପାଇଁ ଭାରତୀୟ ସମ୍ବିଧାନ ବିଶ୍ଵର ସର୍ବଶ୍ରେଷ୍ଠ ସମ୍ବିଧାନ ଅଟେ ।ଭାରତର ଲିଖିତ ସମ୍ବିଧାନରେ ୩୯୫ ଟି ଧାରା, ୧୦ ଟି ଉପଧାରା ଏବଂ ୨୨ ଟି ଭାଗ ଥିଲା । କିନ୍ତୁ ଏବେ ତାହା ୪୪୮ ଟି ଧାରା, ୧୨ ଟି ଉପଧାରା ଏବଂ ୨୫ ଟି ଭାଗ ହୋଇଅଛି । ଭାରତର ସମ୍ବିଧାନ ଆଜି ପର୍ଯ୍ୟନ୍ତ ୧୦୬ ଥର ସଂଶୋଧିତ ହୋଇ ବିଶ୍ଵ ଇତିହାସରେଗୌରବ ମଣ୍ଡନକରୁଅଛି । ଭାରତ ମାତା କି ଜୟ ।

Leave a Comment

Your email address will not be published. Required fields are marked *

Scroll to Top