BAUTI BIDYAPITHA STUDENT ASSOCIATION, EKADAL, NARASINGHPUR, CUTTACK

ଜ୍ଞାନ ଓ ବିଜ୍ଞାନ

ଜ୍ଞାନ ଓ ବିଜ୍ଞାନ

ସାହିତ୍ୟିକ ପରିଭାଷାରେ ବିଜ୍ଞାନ କହିଲେ ଦୁଇଟି ଅର୍ଥ କୁ ବୁଝାଏ । ପ୍ରଥମ ଟି ହେଲା “ବହୁତ ଜ୍ଞାନ = ବିଜ୍ଞାନ” ଏବଂ ଦ୍ଵିତୀୟଟି ହେଲା “ବିହିତ ଜ୍ଞାନ = ବିଜ୍ଞାନ”। ପ୍ରଥମ ଉକ୍ତି କୁ ବୁଝିବାକୁ କହିଲେ ଯେଉଁ ଜ୍ଞାନ କୁ ବିଶ୍ଵ ଦରବାର ରେ ମନୁଷ୍ୟ ସମାଜର ଉନ୍ନତି ପାଇଁ ବିନିଯୋଗ କରାଯାଇଥାଏ ତାହା ବିଜ୍ଞାନ ରୂପେ ବିକଶିତ ହୋଇଥାଏ କିନ୍ତୁ ଦ୍ଵିତୀୟ ଉକ୍ତି ଟି ରେ ଯେଉଁ ଜ୍ଞାନ କୁ ବିନିଯୋଗ କରି ବିଜ୍ଞାନ ନାମ ଦେଇ ମନୁଷ୍ୟ ସମାଜ କୁ ଉନ୍ନତି ନାମରେ ଧ୍ଵଂସାଭିମୁଖୀ କରିଥାଏ ବୁଝିବାକୁ ହେବ । ଏହି ସନ୍ଦର୍ଭରେ ଏକ ସଂସ୍କୃତ ଶ୍ଳୋକ ମନକୁ ଆସେ;

विद्या विवादाय धनं मदाय, शक्ति: परेषां परिपीडनाय।
खलस्य साधोर्विपरीतमेतत्, ज्ञानाय दानाय च रक्षणाय॥

            ଅର୍ଥାତ, ଖଳ (ଦୁଷ୍ଟ) ଲୋକ ବିଦ୍ୟାକୁ ବିବାଦ ପାଇଁ, ଧନକୁ ଅହଂକାର ପାଇଁ ଓ ଶକ୍ତିକୁ ଅନ୍ୟଙ୍କୁ ଦମନ କରିବା ପାଇଁ ବ୍ୟବହାର କରେ। କିନ୍ତୁ ସାଧୁ (ଶ୍ରେଷ୍ଠ) ଲୋକ ବିଦ୍ୟାକୁ ଜ୍ଞାନ, ଧନକୁ ଦାନ ଓ ଶକ୍ତିକୁ ସଂରକ୍ଷଣ ପାଇଁ ବ୍ୟବହାର କରନ୍ତି । ତେବେ ଏହି ପରିବେଷ୍ଟନୀ ର ପରିଧି ମଧ୍ୟରେ ସବୁ ଶ୍ରେଣୀର ଲୋକ ରହିଛନ୍ତି ଏବଂ ସେମାନେ ନିଜ ବୁଦ୍ଧି, ବିଦ୍ୟାକୁ ନିଜ ଅନୁସାରେ ବ୍ୟବହାର କରୁଛନ୍ତି । ବୁଦ୍ଧିଜୀବୀ ମହଲରେ ଯଦି ଆଜି ଚର୍ଚ୍ଚା ହେଉଅଛି କି ଧରିତ୍ରୀ ଆଜି ଲହୁ ଲୁହାଣ, ତେବେ ସେଥିପାଇଁ ଦାୟୀ କିଏ ? ନିଶ୍ଚୟ ଏହି ବିହିତ ଜ୍ଞାନଧାରି ବିଜ୍ଞାନ । ତା’ହେଲେ  ଏଥି ପାଇଁ କଅଣ ଶିକ୍ଷା ଦାୟୀ ? ବିଦ୍ୟା ଦାୟୀ ? କାରଣ ସମ୍ପ୍ରତି ସମାଜରେ ଜ୍ଞାନ ଆହରଣ କରିବା ପାଇଁ ବିଦ୍ୟା ବା ଶିକ୍ଷା ହିଁ ତ ମାଧ୍ୟମ । ଏହା କଅଣ ଚିନ୍ତାର ବିଷୟ ନୁହେଁ ?

            ଶିକ୍ଷା ହେଉଛି ମାନବ ଜୀବନର ଏକ ଅପରିହାର୍ଯ୍ୟ ଅଂଶ । ଏହା ମାନବ ମନ ଓ ଚେତନାକୁ ଉନ୍ନତ କରିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଆମେ ଯେପରି ଶିକ୍ଷା ଗ୍ରହଣ ଅବା ପ୍ରଦାନ କରୁଛୁ, ତାହା ମାନବତା ଓ ପୃଥିବୀ ପାଇଁ ବଡ଼ ଅଭିଶାପ ହେଉଛି । ଆଜିର ଶିକ୍ଷା ପ୍ରଣାଳୀ ମାନବକୁ କେବଳ ଆଧୁନିକ ଓ ଆର୍ଥିକ ଦୃଷ୍ଟିକୋଣରେ ଆଗେଇ ନେଉଛି, କିନ୍ତୁ ସେଥିରେ ନାହିଁ ନୀତି, ଦୟା, ଅହିଂସା, ଓ ପ୍ରକୃତି ପ୍ରତି ସମ୍ମାନ। ଏହି ଶିକ୍ଷାର ଫଳସ୍ୱରୂପ ମାନବ ଏକ ନିଷ୍ଠୁର, ଲୋଭୀ ଓ ସ୍ୱାର୍ଥପର ପ୍ରାଣୀରେ ପରିଣତ ହେଉଛି। ଏହି ଶିକ୍ଷା ମାନବକୁ ବିଜ୍ଞାନ ଦେଇଛି, ଦେଇଛି ଅସ୍ତ୍ର, ପରମାଣୁ ବୋମା, ଶକ୍ତିଶାଳୀ ଯନ୍ତ୍ର – ଯାହା ଜଣେ ମାନବଙ୍କ ହାତରେ ଆସି ବିଶ୍ୱକୁ ଧ୍ଵଂସ କରୁଛି । ଆଜି ପ୍ରକୃତି ବିନାଶ ହେଉଛି, ଓଜୋନ ସ୍ତର ପତଳା ହୋଇ ଚିରିଯାଉଛି, ପାଣି ଶୁଷ୍କ ହେଉଛି, ବନ୍ୟଜନ୍ତୁ ଲୁପ୍ତ ହେଉଛନ୍ତି – ଏହା ସବୁ ଅନ୍ୟାୟ ଶିକ୍ଷା ଓ ତାହାର ଦୁର୍ବ୍ୟବହାର ଫଳ । ମାନବ ଜୀବନ ଆଜି ଯନ୍ତ୍ର ମଧ୍ୟରେ ବନ୍ଦୀ ହୋଇପଡ଼ିଛି । ଶିକ୍ଷା ତାଙ୍କୁ କେବଳ ଏକ ରୋଜଗାରକ୍ଷମ ବ୍ୟକ୍ତି ଭାବରେ ତିଆରି କରୁଛି, କିନ୍ତୁ ମନୁଷ୍ୟତ୍ୱକୁ ଭୁଲିଯିବାକୁ ମଧ୍ୟ ବାଧ୍ୟ କରୁଛି । ଶିକ୍ଷା ଏବେ ଦୟା, ସହଯୋଗ ଓ ପ୍ରେମ ଶିଖାଉନାହିଁ – ଏହା କେବଳ ପ୍ରତିଯୋଗିତା, ଜିତିବା, ଓ ଅନ୍ୟକୁ ପଛକୁ ଠେଲିବାର ମନୋଭାବ ଶିଖାଉଛି।

            ଯଦି ଏପରି ଚାଲିବ, ତେବେ ଦିନେ ମାନବ ସ୍ୱଂୟଂ ତାଙ୍କ ଶିକ୍ଷା ଦ୍ୱାରା ନିଜକୁ ଏବଂ ସମ୍ପୂର୍ଣ୍ଣ ବିଶ୍ୱକୁ ବିନାଶ କରିଦେବେ । ଏହି ଅନ୍ୟାୟ ଓ ଅନୁଚିତ ଶିକ୍ଷା ପ୍ରଣାଳୀକୁ ବଦଳାଇବା ଅତ୍ୟାବଶ୍ୟକ । ଆମେ ଏକ ଏମିତି ଶିକ୍ଷା ଚାହୁଁ, ଯାହା ମାନବତା, ପ୍ରକୃତି ସମ୍ମାନ ଓ ନୀତିକୁ ଅଗ୍ରଗଣ୍ୟ ଦେବ । ତା’ ହେଲେ ଆମେ ବହୁତ ଜ୍ଞାନଧାରୀ ବିଜ୍ଞାନ ର ସାର୍ଥକତା କୁ ପ୍ରତିପାଦିତ କରିପାରିବା । ଏହି ପରିପ୍ରେକ୍ଷୀରେ “ସଦ୍-ଗୁରୁ ଜଗ୍ଗି ବାସୁଦେବ” ଙ୍କ ଏକ ସାକ୍ଷାତକାର କଥୋପକଥନ ମନକୁ ଆସେ;

            ସଦ୍-ଗୁରୁ ଙ୍କ ଏକ ଅନ୍ତରାଷ୍ଟ୍ରୀୟ ସାକ୍ଷାତକାର ସମୟରେ ବରିଷ୍ଠ ସାମ୍ବାଦିକ ପ୍ରଶ୍ନ କଲେ “How should one can evaluate spiritual knowledge with traditional intellectual knowledge” ଅର୍ଥାତ ବୌଦ୍ଧିକ ଜ୍ଞାନ ସହିତ ଆଧ୍ୟାତ୍ମିକ ଜ୍ଞାନ ର ମୂଲ୍ୟାଙ୍କନ ଆମେ ଏ ଆଧୁନିକ ଯୁଗରେ କିପରି କରିପାରିବା ? ଏବଂ ଏହାର ଉତ୍ତର ରଖିବାକୁ ଯାଇ ସଦ୍-ଗୁରୁ ବହୁତ ସୁନ୍ଦର ଉକ୍ତି ରଖିଲେ । ସେ କହିଲେ ବୌଦ୍ଧିକ ଜ୍ଞାନ ଶିକ୍ଷା ମାଧ୍ୟମରେ ବିଦ୍ୟା ଆହରଣ କରି ମିଳିଥାଏ କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ ଆପଣଙ୍କୁ ପୂଜା, ଭକ୍ତି, ପ୍ରାର୍ଥନା ଦ୍ଵାରା ପ୍ରାପ୍ତ ହୋଇଥାଏ । ତେବେ ମନୁଷ୍ୟର ଲକ୍ଷ୍ୟ ହେଉଛି ଜ୍ଞାନ କୁ ପ୍ରାପ୍ତ କରିବା କିନ୍ତୁ କେବଳ ବୌଦ୍ଧିକ ଜ୍ଞାନ ତଥା ବିଦ୍ୟା ଆହରଣ ଗୋଟିଏ ମାଧ୍ୟମ ନୁହେଁ । ଶିକ୍ଷା ମାଧ୍ୟମରେ ବିଦ୍ୟା ଆହରଣ କରିବା ହେଉଛି ଗୋଟିଏ ପରିମେୟ ବା ଗୋଟିଏ ଦିଗ ଏବଂ ଆଧ୍ୟାତ୍ମିକ ଜ୍ଞାନ ଆହରଣ କରିବା ହେଉଛି ଆଉ ଗୋଟିଏ ପରିମେୟ ବା ଆଉ ଏକ ଦିଗ । ବର୍ତ୍ତମାନ ସମୟରେ ଆପଣମାନେ ବୌଦ୍ଧିକ ଜ୍ଞାନ ର ବିକାଶ କରିବା ଉଦ୍ଦେଶ୍ୟରେ ନିଜକୁ ବିଦ୍ୟା ଅଧ୍ୟୟନ ରେ ସମୟ କୁ ନିୟୋଜିତ କରୁଛନ୍ତି ଏବଂ ଏହା ଦ୍ଵାରା ଆପଣ ନିଜ ବୁଦ୍ଧି କୁ ତୀକ୍ଷଣ ବା ଶାଣିତ କରୁଛନ୍ତି । ତେବେ କେଉଁ ଜିନିଷ ଅଥବା ବସ୍ତୁ କିମ୍ବା ପଦାର୍ଥ କୁ ତୀକ୍ଷଣ କିମ୍ବା ଶାଣିତ କରିବା ଜରୁରୀ ? ଉତ୍ତର: ଯାହାକୁ ଆମେ ଏକ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚାହୁଁଥିବା । ଆଉ ଅସ୍ତ୍ର ପ୍ରୟୋଗ ଦ୍ଵାରା ହୁଏ କଅଣ ? ଉତ୍ତର: କ୍ଷତାକ୍ତ ।

            So, & So people now enlarging their intellectual only by sharpening their minds acquiring knowledge through modern education which only converts themselves as a weapon of destruction regardless of spiritual knowledge only protects and guides oneself on the way of devotion.

            ତେବେ ଭକ୍ତି କହିଲେ କେବଳ ଈଶ୍ବରଙ୍କ ପ୍ରତି ଆନୁଗତ୍ୟ ହେବା କିମ୍ବା ଈଶ୍ବରଙ୍କ ଚରଣାଶ୍ରିତ ହେବା କୁ ବୁଝାଏ ନାହିଁ । ଆଜି ଯଦି କୌଣସି ବ୍ୟକ୍ତି ନିଜ କର୍ମ ଯେପରିକି ଖେଳ କୁଦ, ସଙ୍ଗୀତ, ନୃତ୍ୟ, ବ୍ୟବସାୟ ଆଦି ରେ ଜଣେ ସଫଳ ବ୍ୟକ୍ତିତ୍ବ ତେବେ ସଫଳତା ହାସଲ କରିବା ପାଇଁ କଅଣ ତାଙ୍କର କର୍ମରେ ଯେଉଁ ଆନୁଗତ୍ୟତା ଅବା ପରିଶ୍ରମ ରହିଛି ତାହା କଅଣ ଭକ୍ତି ନୁହେଁ ? ହଁ’ ତାହାକୁ ଭକ୍ତି କୁହନ୍ତି । କିନ୍ତୁ ଈଶ୍ବରଙ୍କ ପ୍ରତି ଆନୁଗତ୍ୟ ହୋଇ ଭକ୍ତି କରିବା କୁ ନେଇ ବିଭିନ୍ନ ଧର୍ମ ର ସୃଷ୍ଟି ଆଉ ଧର୍ମପରାୟଣ ହେବା ଦ୍ଵାରା ମନୁଷ୍ୟର ଚିନ୍ତାଶକ୍ତି ରେ ସ୍ଥିରତା ଆସିଥାଏ ନହେଲେ ମଣିଷ ପାଗଳାମି ଆଡକୁ ଅଗ୍ରସର ହେବାରେ ବେଶୀ ଡେରି କରେନାହିଁ । “There is a little difference between sanity and insanity.” ପରୋକ୍ଷରେ କହିବାକୁ ଗଲେ ବିଭିନ୍ନ ଧର୍ମ ଯାହାକି ମନୁଷ୍ୟ ସମାଜକୁ ଆଧ୍ୟାତ୍ମିକ ଜ୍ଞାନ ଶିକ୍ଷା ଦିଏ ତାହା ମନୁଷ୍ୟ କୁ ଅନୁବନ୍ଧିତ କରି ରଖିଥାଏ, ଗୋଟିଏ ଆବଦ୍ଧ ପରିସୀମା ମଧ୍ୟରେ ।

            ଏଣୁ ଶିକ୍ଷା ଯଦି ଠିକ୍ ଦିଗରେ ଦିଆଯାଏ, ତେବେ ଏହା ମାନବକୁ ଦେବତା ବନେଇପାରେ। କିନ୍ତୁ ଯଦି ଏହା ଦୁର୍ବ୍ୟବହାର ହୁଏ, ତେବେ ଏହା ମାନବ ଓ ବିଶ୍ୱ ପାଇଁ ବିନାଶକାରୀ ଅସ୍ତ୍ର ହୋଇଯାଏ। ଏହି ପ୍ରସଙ୍ଗରେ ଆମକୁ ଅନ୍ତର୍ଦୃଷ୍ଟି ଓ ଦୂରଦର୍ଶିତା ସହିତ ଭାବିବା ଦରକାର। ସୁତରାଂ କହିବାକୁ ଗଲେ ବୌଦ୍ଧିକ ଜ୍ଞାନ ର ଆବଶ୍ୟକତା ସହିତ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା ରହିଛି ଯାହାଦ୍ୱାରା ବ୍ୟକ୍ତିବିଶେଷ ଆଧ୍ୟାତ୍ମିକ ଜ୍ଞାନର ପରିଧି ମଧ୍ୟରେ ରହି ନିଜର ବୌଦ୍ଧିକ ଜ୍ଞାନ ର ବିନିଯୋଗ ପୂର୍ବକ ସମାଜ ତଥା ବିଶ୍ଵ ର ଉନ୍ନତି ସାଧନ କରିପାରିବ ।

            ଭାରତୀୟ ସଂସ୍କୃତି ସେଥିପାଇଁ ସାରା ବିଶ୍ବରେ ପ୍ରେରଣା ର ଉତ୍ସ କହିଲେ ଅତ୍ୟୁକି ହେବ ନାହିଁ କାରଣ ଏହି ସଂସ୍କୃତି ରେ ବୈଦିକ ଶିକ୍ଷା ପଦ୍ଧତ୍ତିରେ ଶିକ୍ଷାଦାନ ଦ୍ଵାରା ଆଧ୍ୟାତ୍ମିକ ଜ୍ଞାନ ସହିତ ଭୌତ୍ତିକ ଜ୍ଞାନର  ବିକାଶ ହୋଇପାରୁଥିଲା । ସେଥିପାଇଁ ପାଶ୍ଚାତ୍ୟ ସଭ୍ୟତାରେ ବିଭିନ୍ନ ସମୟରେ ବିଭିନ୍ନ ସଫଳ ବ୍ୟକ୍ତିତ୍ବ ମାନେ ବେଦ ପୁରାଣ ଅଧ୍ୟୟନ କରି ନିଜ ଉପଲବ୍ଧି ଭାବରେ ଦର୍ଶାଇ ବିଶ୍ଵ ମାନସରେ ପତିଷ୍ଠିତ କରାଇଛନ୍ତି । ଏହାର ଉଦାହରଣ ରେ ଆପଣ ପାଇଥାଗୋରାସ ଉପପାଦ୍ୟ ହେଉ କିମ୍ବା ୪୦୦ ପ୍ୟାଟେଣ୍ଟ ଥିବା ମହାନ ବୈଜ୍ଞାନିକ ନିକୋଲାଇ ଟେସ୍ଲାଙ୍କ ଉଦ୍ଭାବନ । ଆଉ ଏହି ଶିକ୍ଷା କେବଳ ବେଦ, ଉପନିଷଦ, ପୁରାଣ, ପୋଥି ଆଦି ରେ ସୀମିତ ନଥିଲା ଏହାର ପ୍ରତିଛବି ଦେଖିବାକୁ ମିଳେ ଆମ ନିଜ ଅଞ୍ଚଳରେ ପରିବେଷଣ ହେଉଥିବା ଲୋକନୃତ୍ୟ, ପାରମ୍ପରିକ ନାଟ୍ଯ, ସଙ୍ଗୀତ, ପାଲା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ରେ ।

            ଆମେ ସମସ୍ତେ ଗାଁ ରେ ବର୍ଷ ବର୍ଷ ଧରି ଧାରାବାହିକ ଭାବରେ ପରିବେଷଣ ହେଇ ଆସୁଥିବା ରାମଲିଳା ପାରମ୍ପରିକ ନାଟ୍ଯ ସହିତ ଅଙ୍ଗାଙ୍ଗି ଭାବେ ଜଡ଼ିତ । ତେବେ ଏହି ନାଟ୍ଯ ପରିବେଷଣ ବେଳେ ପିଲାଟି ବେଳରୁ ଦେଖିବା ପାଇଁ ବହୁତ ଉତ୍କଣ୍ଠା ରହିଥାଏ । ସନ୍ଧ୍ଯା ୭ ଟା ବାଜିବା ମାତ୍ରେ ବସିଯାଉ ପେଣ୍ଡାଲ ପାଖରେ କିନ୍ତୁ ଏହାର ଗଭୀରତା କୁ କେତେବେଳେ କେହି ବୁଝିବାକୁ ପ୍ରଚେଷ୍ଟା କରିନାହାଁନ୍ତି । ଏହି ଲୋକନୃତ୍ୟ ରେ ପରିବେଷିତ ହେଉଥିବା ପୁରାଣ ଆମ ଭାରତୀୟ ସଂସ୍କୃତି ର ଧରୋହର । ଯଦିଓ ଏହା ଓଡ଼ିଆ ଭାଷାରେ ଅନୁବାଦିତ ତେବେ ସବୁ ମହର୍ଷି ବାଲ୍ମୀକି ଙ୍କ ରଚିତ ରାମାୟଣ ର ଅଂଶବିଶେଷ । ଆପଣ ମାନେ ଭାବୁଥିବେ ଜ୍ଞାନ ବିଜ୍ଞାନ ରେ ନାଚ ପୁରାଣ ର ବର୍ଣ୍ଣନା କଅଣ ପାଇଁ ? ତେବେ ଏହି ସନ୍ଦର୍ଭରେ ମହର୍ଷି ବାଲ୍ମୀକି ଙ୍କ ଦ୍ଵାରା ଲିଖିତ ରାମାୟଣ ରୁ,

गतेषु वानरेन्द्रेषु रामः सुग्रीवम् अब्रवीत् |
कथम् भवान् विजानीते सर्वम् वै मण्डलम् भुवः || ୪-୪୬-୧

କିଶ୍କିନ୍ଧ୍ୟା କାଣ୍ଡ, ବାଲ୍ମୀକି ରାମାୟଣ

https://www.valmikiramayan.net/

            ଏଠାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ସୁଗ୍ରୀବ ଙ୍କୁ ପ୍ରଶ୍ନ କରିଛନ୍ତି “ବାସ୍ତବରେ ହେ ସୁଗ୍ରୀବ, ଆପଣ ପୃଥିବୀ ର ଭୌଗୋଳିକ ଅବସ୍ଥିତି ଉପରେ ଏତେ ଭଲ ଭାବରେ କେମିତି ଜାଣିଛନ୍ତି”? ମାତା ସିତାଙ୍କୁ ଠାବ କରିବାକୁ ଯାଇ ସୁଗ୍ରୀବ ନିଜ ବାନର ସେନା ରୁ ୪ ଗୋଟି ଦଳ ଗଢି ୪ ଦିଗକୁ ପଠାଇ ଥିଲେ ଏବଂ ସମସ୍ତଙ୍କୁ ୪ ଦିଗରେ ପୃଥିବୀ ର ଭୌଗୋଳିକ ଅବସ୍ଥା କିପରି ସେ ବିଷୟରେ ବୁଝାଇ ଥିଲେ । ଏହାର ବିସ୍ତୃତ ବର୍ଣ୍ଣନା ସର୍ଗ ୪୦ ରୁ ମହର୍ଷି ବାଲ୍ମୀକି କରିଛନ୍ତି ।

            ତେବେ ଏହାକୁ ଦର୍ଶାଇବାର ଅଭିପ୍ରାୟ ହେଲା ରାମାୟଣ ଯାହାର ସୃଷ୍ଟି ଆଜକୁ ପ୍ରାୟ ୧୨୦୦୦ ବର୍ଷ ପୂର୍ବେ ହୋଇଥିଲା ସେ ସମୟରେ ସୁଗ୍ରୀବ ଯେ’କି ଜଣେ ବାନର ଥିଲେ ପୃଥିବୀ ର ଭୌଗୋଳିକ ଅବସ୍ଥିତି ସମ୍ପର୍କରେ ଜାଣିଥିଲେ । ଉକ୍ତ ସର୍ଗ ଗୁଡିକୁ ଅନୁଧ୍ୟାନ କଲେ ବହୁତ କିଛି ଜାଣିବାକୁ ମିଳେ ଯେପରିକି ଅନନ୍ତ ପର୍ବତ ର ବର୍ଣ୍ଣନା, ଆଣ୍ଡିଜ ପର୍ବତମାଳା ର ବର୍ଣ୍ଣନା, ସେହିପରି ବରଫ ଆଚ୍ଛାଦିତ ସାଇବେରିଆ ଆଲାସ୍କା ଆଦି ସ୍ଥାନ । ଏସବୁ କହିବାର ତାତ୍ପର୍ଯ୍ୟ ହେଲା ମଣିଷ ଇତିହାସ କୁ ଅନୁଧ୍ୟାନ କରି ଭବିଷ୍ୟତ ନିମନ୍ତେ ପଥ ପ୍ରଦର୍ଶନ ପୂର୍ବକ ବିଭିନ୍ନ କାର୍ଯ୍ୟ ବର୍ତ୍ତମାନରେ ସମ୍ପାଦିତ କରେ । ତେଣୁ ଅତୀତ କୁ ବୁଝିବାକୁ ହେଲେ କେବଳ ପୁରାଣ କିମ୍ବା ବେଦ ଉପନିଷଦ ଆଦି କୁ ପଢିଦେଲେ ହେବ ନାହିଁ । ଏହାକୁ ବର୍ତ୍ତମାନ ର ବିଜ୍ଞାନ ସହିତ ଯୋଡ଼ି କରି ନିଷ୍କର୍ଷ ଜାଣିବା ନିହାତି ଦରକାର ତାହେଲେ ବହୁତ ଗୁଡିଏ ଲୁକ୍କାୟିତ ହୋଇ ରହିଥିବା ତଥ୍ୟ ସାମ୍ନାକୁ ଆସିପାରିବ ।

            ବର୍ତ୍ତମାନ ସମୟରେ ବୈଜ୍ଞାନିକ ପଦ୍ଧତ୍ତିରେ ଇତିହାସ କୁ ପର୍ଯ୍ୟlଲୋଚନା କରିବା ନିମନ୍ତେ ଡଟ୍-ଆର୍କିଅଲୋଜି ର ସହାୟତା ନିଆଯାଉଛି । ଏହା ଏକ ଏଭଳି ବିଜ୍ଞାନ ଯାହା ଆମ ପୂର୍ବପୁରୁଷଙ୍କ ଜୀବନଶୈଳୀ, ସଂସ୍କୃତି ଓ ଐତିହ୍ୟ ବିଷୟରେ ଅନ୍ତର୍ଦୃଷ୍ଟି ଦିଏ। ସାମ୍ପ୍ରତିକ ଦିନରେ ଏହି ପୁରାତତ୍ତ୍ୱ ଅନୁସନ୍ଧାନକୁ ଆଧୁନିକ ଟେକ୍ନୋଲୋଜି ସହିତ ମିଶାଇ ଏକ ନୂଆ ଶାଖା ଉଦ୍ଭବ ହୋଇଛି – ଡଟ୍-ଆର୍କିଅଲୋଜି। ଡଟ୍-ଆର୍କିଅଲୋଜି କହିଲେ ଏକ ଏଭଳି ଅନୁସନ୍ଧାନ ପ୍ରଣାଳୀକୁ ବୁଝାଯାଏ ଯାହାଦ୍ୱାରା ଡିଜିଟାଲ ତଥ୍ୟ (data) ଓ ବୃହତ୍ ତଥ୍ୟ ବିଶ୍ଳେଷଣ (Big Data Analysis) ଦ୍ୱାରା ପ୍ରତ୍ନତାତ୍ତ୍ଵିକ ତଥ୍ୟ ଉଦ୍ଧାର ଓ ବିଶ୍ଳେଷଣ କରାଯାଏ। ଏଥିରେ GIS (Geographic Information Systems), 3D ମଡେଲିଂ, ଲେଜର ସ୍କ୍ୟାନିଂ (LIDAR), ଡ୍ରୋନ ଚିତ୍ରଣ, ଏଆଇ (AI), ମେସିନ ଲର୍ଣିଂ ଓ କ୍ଲାଉଡ୍ ବ୍ୟବହାର ହୁଏ।

            ଉକ୍ତ ବିଜ୍ଞାନ କୁ ଆଧାର କରି ବର୍ତ୍ତମାନ ସମୟରେ ରାମାୟଣ କାଳର ଅବଧି ମହାଭାରତ ସମୟର ଅବଧି କୁ ସଠିକ ଭାବରେ ବର୍ଣ୍ଣନା କରାଯାଇ ସାରିଛି। ଉକ୍ତ ବିଜ୍ଞାନ ମାଧ୍ୟମରେ ଗଭୀରତା ର ସହ ଅନୁସନ୍ଧାନ କରାଯାଇ ପିତାମହ ଭୀଷ୍ମ ଙ୍କ ବୟସ ପାଖାପାଖି ୧୫୦ ବର୍ଷ ଏବଂ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ବୟସ ୧୦୮ ବର୍ଷ ମୃତ୍ୟୁ ବେଳକୁ ହୋଇଥିବାର ପ୍ରାମାଣିତ କରାଯାଇଛି । ଉକ୍ତ ବିଜ୍ଞାନ ଆଧାରରେ ଆଜି ଆଧୁନିକ ଯୁଗରେ ପୃଥିବୀ ୨ ପ୍ରକାର ଅର୍ଥାତ (ଆବର୍ତ୍ତନ ଏବଂ ପରିକ୍ରମଣ) ଭାବରେ ଘୂର୍ଣ୍ଣନ କରୁଥିବାର ବିଜ୍ଞାନ କହୁଥିବା ବେଳେ ପୃଥିବୀ ର ଘୂର୍ଣ୍ଣନ ୪ ପ୍ରକାର ଥିବାର ପ୍ରାମାଣିକ ତଥ୍ୟ ମିଳିଛି । ଅନ୍ୟ ଦୁଇଟି ଘୂର୍ଣ୍ଣନ ହେଲା ଅକ୍ଷ ଘୂର୍ଣ୍ଣନ ଅର୍ଥାତ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ପୃଥିବୀ ର ଅକ୍ଷ ଡମ୍ବରୁ ଆକାରରେ ଅକ୍ଷ ଚାରିପଟେ ଘୂର୍ଣ୍ଣନ ଏବଂ NOD (ନୋଡ୍) ଅର୍ଥାତ ପୃଥିବୀର ଅକ୍ଷ ୨୪॰ ପର୍ଯ୍ୟନ୍ତ ଢଳିଯିବା ।

            ଏ ସବୁ ନିଷ୍କର୍ଷ ଆମକୁ କେବଳ ଉପଲବ୍ଧ କାରଣ ଏହି ପୁରାତନ ଧରୋହର ର ବଂଶୋଦ୍ଭବ କେବଳ ଆମ୍ଭେ ମାନେ । ଆମ ନିଜ ସଂସ୍କୃତି ଏବଂ ଐତିହ, ବେଦ ପୁରାଣ କୁ ଯଦି ସଠିକ ଭାବରେ ବିଜ୍ଞାନ ସହିତ ତୁଳନାତ୍ମକ ଭାବରେ ଗବେଷଣା କରାଯାଏ ତେବେ ବହୁତ କିଛି ଲୁକ୍କାୟିତ ତଥ୍ୟ ପୁଣିଥରେ ଉଜ୍ଜୀବିତ ହୋଇପାରିବ ।

Leave a Comment

Your email address will not be published. Required fields are marked *

Scroll to Top