ଓଡ଼ିଆ ଭାଷାର ଐତିହାସିକ ଅବଲୋକନ

ପ୍ରିୟ ପାଠକ ଓ ପାଠିକା ଭାଇ ଓ ଭଉଣୀ ମାନେ,
ପୂର୍ବ ଆଲୋଚନା ରୁ ଆପଣମାନେ ଜାଣିପାରିଥିବେ ଓଡ଼ିଆ ଭାଷା ର ମୌଳିକତା ଆମ ପାଖେ କଣ ରହିଛି ? ତେବେ ଏହା ଉପରେ ଆଜିର ଆଲୋଚନା | ଓଡ଼ିଆ ଭାଷା ତଥା ଭାଷା ସାହିତ୍ୟ ର ଯୁଗକୁ ପର୍ଯ୍ୟାଲୋଚନା କଲେ ତଥା ଏହାକୁ ବୁଝିବାକୁ ହେଲେ ଆମକୁ ଭରତ ବର୍ଷ ର ଇତିହାସକୁ ହୃଦୟଂଗମ କରିବାକୁ ପଡିବ | ଏହି ଉଦ୍ଧୃତାଂଶ ରେ +୨ ରେ ପଢୁଥିବା ବେଳେ ଓଡ଼ିଆ ଅଦ୍ଧ୍ୟାପକଙ୍କ କଥା ମନେପଡେ | 
ସେଦିନ ଥାଏ ଓଡ଼ିଆ ଭାଷା ର ପ୍ରଥମ କ୍ଲାସ୍ ଆଉ କ୍ଲାସ୍ ରୁମ୍ ଭିତରକୁ ଆସି ଦେଖୁ ତ କଳାପଟା ଉପରେ ଚକ୍ ଖଡ଼ି ରେ ଲେଖାଥାଏ  କେବଳ ଗୋଟିଏ ଶବ୍ଦ “ଓଡ଼ିଆ” | ଆମକୁ ଯେତିକି ସନ୍ଦେହ ସୃଷ୍ଟି ହେଲା ସେତିକି କୌତୁହଳ ମଧ୍ୟ; ଇତି ମଧ୍ୟରେ କ୍ଲାସ୍ କୁ ଆସନ୍ତି ଓଡ଼ିଆ ଅଦ୍ଧ୍ୟାପକ | ପ୍ରଥମେ ପଚାରନ୍ତି ବ୍ଲାକ୍ ବୋର୍ଡ ଉପରେ କଣ ଲେଖାହୋଇଛି; ଉତ୍ତର ଆସେ ଓଡ଼ିଆ | ତା ପରେ ପ୍ରଶ୍ନ କରନ୍ତି “ଓଡ଼ିଆ” କଣ ? ଆମ ମାନଙ୍କ ମନରେ ପ୍ରଶ୍ନ ଉଠେ ଏହା କିପରି ଏକ ପ୍ରଶ୍ନ ; ତେବେ ସେ ଯାହା ହେଉ ଉତ୍ତର ଆସେ ଆମ ଭାଷା, କେହି କେହି ଉତ୍ତର ଦେଲେ ଆମ ମାତୃଭାଷା | ତାତ୍ପର୍ୟ କିଛି ବୁଝି ହୁଏନି ; ଇତି ମଧ୍ୟରେ ପ୍ରଶ୍ନ ଆସେ ତୁମକୁ ଏହି ପ୍ରସଂଗରେ ଏକ ରଚନା ଲେଖିବାକୁ ହେବ ; ଏବେ ମନରେ କିଛିଟା ସଂଶୟ ସୃଷ୍ଟି ହେବାକୁ ଲାଗିଲା | ସେ ଯାହା ହେଉନା କାହିଁକି ରଚନା ତ ଗୋଟିଏ ଧାଡି ରେ ଲେଖା ଯାଇପାରେନା ଆଉ ଏହା ଉପରେ ରଚନା କୌଣସି ବହିରେ ବି ଆଦୃତ ନାହିଁ |
ପରଦିନ ଆମେ କ୍ଲାସକୁ ଆସି ଦେଖୁ ବ୍ଲାକ୍ ବୋର୍ଡ ଉପରେ ଶବ୍ଦ ସେମିତି ରହିଛି | ଅଦ୍ଧ୍ୟାପକ ଶ୍ରେଣୀ ଗୃହକୁ ଆସି ରଚନା ଆଦୃତ କରିବା ପାଇଁ କହିଲେ | ସମସ୍ତେ ନିରବ ; ନିରବତା ମଧ୍ୟରେ ବୋଧହୁଏ ଲଜ୍ଜିତ | ତେବେ ସାହସ କରି ମୋର ଜଣେ ବନ୍ଧୁ କହିଲେ “ସାର୍ ଏହା ଆମ ପାଇଁ ବିରଳ ଅନୁଭୁତି, ତେବେ ଆପଣ ଦୟା ପରବଶ ଏହା ଉପରେ ଆଲୋକପାତ କରି ଆମର ସନ୍ଦେହ ଦୂର କରନ୍ତୁ” | କ୍ଲାସ୍ ଆରମ୍ଭ ହୁଏ ଆଉ କଥାପ୍ରସଂଗରେ ଆମକୁ ପ୍ରଶ୍ନ ଆସେ ପୃଥିବୀ ରେ ପ୍ରଥମ ଜୀବନ ସୃଷ୍ଟି ସଭିଏଁ ଉତ୍ତର ଦିଅନ୍ତି “ଜେଲ୍ଲୀ” | ଏକକୋଷୀ ପ୍ରାଣୀ ଠାରୁ ଉଦ୍ଦିଦ ଜଗତ ଆଉ କ୍ରମଶଃ ବହୁକୋଷୀ ପ୍ରାଣୀ ଓ ଉଦ୍ଦିଦ ମାନଙ୍କ ସୃଷ୍ଟି | 
ତେବେ ଇତି ମଧ୍ୟରେ ଏକ ମାସ ଅତିବାହିତ ହୋଇଯାଏ ଏବଂ ଆଲୋଚନା ମାଧ୍ୟମରେ ଆମେ ପହଂଚି ଥାଉ ହରପପ୍ପା ଏବଂ ମହେଂଯୋଦାରୋ ସଭ୍ୟତା ରେ | ଉକ୍ତ ସଭ୍ୟତା ଅନୁଯାୟୀ ତତ୍-କାଳିନ ଭାରତୀୟ ମାନେ ସିନ୍ଧୁ ଏବଂ ଗଂଗା ନଦୀ ଅବବାହିକା ରେ ବସବାସ କରୁଥିଲେ ଏବଂ ଆଉ କିଛି ଦକ୍ଷିଣ ଭାରତରେ | ତେବେ ଇତିହାସ ମତେ ତତ୍-କାଳିନ ଭାରତୀୟ ମାନେ ଯେଉଁମାନେ ସିନ୍ଧୁ ଏବଂ ଗଂଗା ନଦୀ ଅବବାହିକା ରେ ବସବାସ କରୁଥିଲେ ସେମାନଙ୍କୁ ଆର୍ଯ୍ୟ କୁହାଯାଉ ଥିଲା ଏବଂ ସେମାନେ ସଂସ୍କୃତ ଭାଷାରେ କଥୋପକଥନ କରୁଥିଲେ | ଏହା ଏକ ଜଟିଳ ଭାଷା ; ତେବେ ତତ୍-କାଳିନ ସମୟରେ ମହର୍ଷି ବେଦବ୍ୟାସ ଙ୍କ ରଚିତ “ବେଦ” ଏହି ଭାଷାରେ ହିଁ ଥିଲା ଯାହାକି ଏବେ ବି ରହିଛି | ତେବେ ସେହି ସମୟରେ ଲିପି ର ଆବିର୍ଭାବ ହୋଇ ନଥିଲା ତେଣୁ ବେଦ କୁ ସଭିଏଁ ଶ୍ରବଣ କରି ପାଠ କରିବାକୁ ପଡୁଥିଲା | ତେବେ ଓଡ଼ିଆ ଭାଷା ଏହି ଆଦି ଭାଷା ସଂସ୍କୃତ ର ଏକ ଅପଭ୍ରଂଶ | କେବଳ ଓଡ଼ିଆ ଭାଷା ନୁହେଁ ଭରତ ବର୍ଷରେ ପ୍ରଚଳିତ ପ୍ରତ୍ୟେକ ଭାଷା ଏହି ଆଦି ଭାଷାରୁ ଉଦ୍ଧୃତ | ଭଲଭାବେ ଅନୁଧ୍ୟାନ କଲେ ଜଣାପଡିବ କିପରି ଭାଷାର ବିଶ୍ଲେଷଣ ଉତ୍ତର ଭରତ ରୁ ଦକ୍ଷିଣ ଭାରତକୁ କ୍ରମଶଃ ସରଳତାର ସହ ଅପଭ୍ରଂଶ ହୋଇ ବିଭିନ୍ନ ଭାଷା ସୃଷ୍ଟି ହୋଇଛି |
ତେବେ ଓଡ଼ିଆ ଭାଷା ପରିସ୍ଫୁଟିତ ହୁଏ ଆଦୀ କବି ଶାରଳା ଦାସ ଙ୍କ ମହାଭାରତ ରଚନା ରୁ | ଏବଂ ଏହି ଠାରୁ ଓଡ଼ିଆ ଭାଷା ସାହିତ୍ୟ ଯୁଗର ସୃଷ୍ଟି | ତେବେ ଓଡ଼ିଆ ଭାଷା ସାହିତ୍ୟର ଯୁଗ ଏହିପରି :
୧. ପ୍ରାକ୍ ଶାରଳା ଯୁଗ : ଶାରଳା ଦାସ ଙ୍କ ପୁର୍ବର ଓଡ଼ିଆ ଭାଷା ସାହିତ୍ୟ ସମୟ କୁ
୨. ଶାରଳା ଯୁଗ : ଶାରଳା ଦାସ ଙ୍କ ସମୟରେ ଓଡ଼ିଆ ଭାଷା ସାହିତ୍ୟ ସମୟ କୁ
୩. ପଞ୍ଚସଖା ଯୁଗ : ଶିଶୁ ଅନନ୍ତ, ଯଶୋବନ୍ତ, ବଳରାମ, ଜଗନ୍ନାଥ, ଅଚ୍ୟୁତାନନ୍ଦ ଙ୍କ ସମୟ କୁ
ଏହି ପଞ୍ଚସଖା ତତ୍-କାଳିନ ସମୟରେ ଜଗନ୍ନାଥ ସଂସ୍କୃତି ରେ ଓଡିଶା ତଥା ଓଡ଼ିଆ ଭାଷାକୁ ସାରା ବିଶ୍ୱରେ ଏକ ନୁତନ ପରିଚୟ ଦେଇଥିଲେ | ଉକ୍ତ ପଞ୍ଚସଖା ଓଡିଶା ତଥା ସାରା ବିଶ୍ୱରେ ବଡ଼ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଂଗ ମତେ ପଞ୍ଚେନ୍ଦ୍ରିୟ ରୁପେ ପରିଚିତ ଏବଂ ସେମାନଙ୍କ ରଚିତ କାବ୍ୟ ଶ୍ରୀଜଗନ୍ନାଥଙ୍କ ମୁଖ ନିସୃତ ବାଣୀ ରୁପେ ବିବେଚନା କରାଯାଏ | ବର୍ତ୍ତମାନ ସମୟରେ ମାଳିକା ରୁପେ ପରିଚିତ କାବ୍ୟ ଏହି ମହାନୁଭବମାନଙ୍କ ଅବଦାନ |
୪. ରୀତି ଯୁଗ
ବିଶେଷ କରି ଶ୍ରୀକୃଷ୍ଣ ଏବଂ ଶ୍ରୀରାଧା ଙ୍କ ଉପରେ ରଚିତ କାବ୍ୟାବଳୀ କୁ ନେଇ ଏହି ଯୁଗ ପର୍ଯ୍ୟବେସିତ ଏବଂ ଏହାକୁ ଓଡ଼ିଆ ସାହିତ୍ୟ ର ସ୍ୱର୍ଣ୍ଣିମ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ | ଓଡ଼ିଆ ଭାଷା ସାହିତ୍ୟ ର ମାଧୁର୍ଯ୍ୟ ଏହି ଯୁଗିୟ ସାହିତ୍ୟରେ ବଳିଷ୍ଠ ଭାବେ ସମାହିତ | କବି ସମ୍ରାଟ୍ ଉପେନ୍ଦ୍ର ଭଂଜ, ଅଭିମନ୍ୟୁ ସାମନ୍ତ ସିଂହାର, ଦିନକୃଷ୍ଣ ଦାସ୍ ଏହି ଯୁଗର ପରିବାହକ | ଏହି ଯୁଗୀୟ ସାହିତ୍ୟରେ ଛନ୍ଦ, ଅଳଂକାର ଆଦିର ପ୍ରଚୁର ମାତ୍ରାରେ ପ୍ରୟୋଗ ଏହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି | ବୈଦେହିଶ ବିଳାଶ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ରସକଳ୍ଲୋଳ, ବିଦଗ୍ଧ ଚିନ୍ତାମଣି ଏହି ଯୁଗରେ ରଚିତ ବଲିଷ୍ଠ କାବ୍ୟ |
୫. ସବୁଜ ଯୁଗ
ଏହି ଯୁଗୀୟ ସାହିତ୍ୟିକ କାବ୍ୟକବିତା ପ୍ରାକୃତିକ ସବୁଜିମା ଉପରେ ପର୍ଯ୍ୟବେସିତ | କାବ୍ୟ ସାହିତ୍ୟ ର ପୃଷ୍ଠଭୁମିରେ ପ୍ରାକୃତିକ ସୌନ୍ଦାର୍ଯ୍ୟର ନିଖୁଣ ଚିତ୍ରଣ, ଏହି ଯୁଗରେ କବିବର ରାଧାନାଥ ରାୟ, ଫକିର ମୋହନ ସେନାପତି ଆଦି ଙ୍କ ଲେଖନିରେ ପରିମାର୍ଜିତ | ଚନ୍ଦ୍ରଭାଗା, ନନ୍ଦୀକେଶୋରୀ, ଉଷା, ଚିଲିକା, ଛ ମାଣ ଆଠ ଗୁଣ୍ଠ ଏହି ଯୁଗରେ ରଚିତ ବଲିଷ୍ଠ କାବ୍ୟ |
୬. ବିପ୍ଲବୀ ଯୁଗ
ଭାରତରେ ଇଂରେଜ ଶାସନ ବିରୋଧରେ ସ୍ୱରଉତ୍ତୋଳନ ପୁର୍ବକ ରଚିତ କାବ୍ୟ କବିତାକୁ ନେଇ ଏହି ଯୁଗ ସ୍ମରଣୀୟ | ମହାତ୍ମା ଗାନ୍ଧିଙ୍କ ଆହ୍ବାନ ରେ ସାରା ଦେଶରେ ଭାରତ ବର୍ଷ କୁ ସ୍ୱାଧିନତା ର ପଥେ ଆଗେଇ ନେବା ପାଇଁ ତଥା ସ୍ୱାଧିନତା ର ପଥେ ପଥିକ ହୋଇ ଜାତିପ୍ରାଣ ଧାରେ ନିଜ ଜୀବନକୁ ବାଜି ଲଗେଇ ଗୋପବନ୍ଧୁ ଦାସ୍, ଗୋଦାବରିଷ ମହାପାତ୍ର, କୁନ୍ତଳା କୁମାରୀ ସାବତ ଆଦି ଙ୍କ ଶାଣିତ ଲେଖନିରେ ରଚିତ କାବ୍ୟ କବିତା ଏହି ଯୁଗିୟ ସାହିତ୍ୟ କୁ ସଦା ସର୍ବଦା ପାଇଁ ସ୍ମରଣୀୟ କରିଦେଇଛି |
୭. ଆଧୁନିକ ଯୁଗ : ସ୍ୱାଧିନତା ପରେ ରଚିତ କାବ୍ୟ କବିତା
୮. ଅତ୍ୟାଧୁନିକ ଯୁଗ : ବର୍ତ୍ତମାନ କାଳିନ କାବ୍ୟ କବିତା

Leave a Comment

Your email address will not be published. Required fields are marked *

Scroll to Top